spot_img

Latest Posts

ପୁଟିନଙ୍କ ଉପରେ ପୁଣି ଗର୍ଜିଲେ ଜୋ ବାଇଡେନ କହିଲେ

ଭୁବନେଶ୍ୱର: ୪୧ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଅସ୍ପଷ୍ଟ ସ୍ଥିତିରେ ଯୁଦ୍ଧର ଗତି । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରିଛନ୍ତି ଗର୍ଜନ । ଏହି ଯୁଦ୍ଧ ଲାଗି ଋଷ ସମ୍ପୂର୍ଣ୍ଣ ଦାୟୀ ଏବଂ ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧ ବିଚାର ଚାଲୁ ବୋଲି ଦାବି କରିଛନ୍ତି ବାଇଡେନ । ଏହାସହ ଋଷ ବିରୋଧରେ ଅଧିକ କଟକଣା ଜାରି ଲାଗି ସେ ବିଶ୍ବ ସମୁଦାୟକୁ ଆହ୍ବାନ ଜଣାଇଛନ୍ତି ।

କିଭ୍ ନିକଟସ୍ଥ ବୁଚା ସହରରେ ଶହ ଶହ ଶବ ମିଳିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବାଇଡେନ । ଜାତିସଂଘ ମଧ୍ୟ ବୁଚା ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଜାତିସଂଘ ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗଟର୍ସ କିବ୍‌‌ରେ ହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ହତ୍ୟା ପଛ‌ରେ ଥିବା ସତ୍ୟତାର ତଦନ୍ତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଗଟର୍ସ ଏକ ଟ୍ବିଟ୍‌ କରି କହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଉ‌ଦ୍‌ବେଗ ପ୍ରକାଶ କରିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧର ବିଚାର ଆରମ୍ଭ ପାଇଁ ମତ ଦେଇଛନ୍ତି।

ବୁଚା ସହରରେ ଜାରି ରହିଥିବା ଗଣହତ୍ୟା ଘଟଣାର ଅବଲୋକନ ଲାଗି ସେହି ସହରକୁ ଗସ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହାସହ ୟୁକ୍ରେନକୁ ତୁରନ୍ତ ସହାୟତା ଲାଗି ବିଶ୍ବ ସମୁଦାୟକୁ ପୁଣି ସେ ଅନୁରୋଧ କରିଛନ୍ତି । ସେପଟେ ଉଦ୍ଧାର କାର୍ଯ୍ୟରେ ମାରିୟୁପୋଲକୁ ଯାଉଥିବା ଏକ ଟିମକୁ ଅଟକାଯାଇଛି ବୋଲି ଅଭିଯୋଗ କରିଛି ରେଡକ୍ରସ । ବର୍ତ୍ତମାନ ମାରିୟୁପୋଲ ନିକଟସ୍ଥ ମାନହୁସ୍‌ରେ ଶରଣାର୍ଥୀମାନଙ୍କୁ ରଖାଯାଇଥିବା ସୂଚନା ମିଳିଛି । ଝିତୋମିରରେ ବର୍ତ୍ତମାନ କୌଣସି ଋଷ ସୈନ୍ୟ ନାହାନ୍ତି ବୋଲି କହିଛନ୍ତି ଗଭର୍ଣ୍ଣର ।

Latest Posts

Don't Miss