ମାତୃଗର୍ଭରେ ୬ ମାସ ରହିଥିଲେ ବରୁୁଣ ସିଂ, ଜନ୍ମ ପରେ ମୃତ୍ୟୁ ସହ ଲଢୁଥିଲେ

ନନ୍ଦିଘୋଷ ବ୍ୟୁରୋ: ଗ୍ରୁପ କ୍ୟାପଟେନ ବରୁଣ ସିଂ  । ଗର୍ଭରେ ଥିବାବେଳେ ମଧ୍ୟ ମୃତ୍ୟୁ ସହ ଲଢୁଥିଲେ ।  ମାତୃ ଗର୍ଭରେ ମାତ୍ର ୬ ମାସ ରହିବା ପରେ ଜନ୍ମ ନେଇଥିଲେ । ବଞ୍ଚିବାର ଆଶା କ୍ଷୀଣ । କେବଳ ଭଗବାନ ହିଁ ଶାହା ବୋଲି କହିସାରିଥିଲେ ଡାକ୍ତର  । ବରୁଣ ମୃତ୍ୟୁ ସହ ସଂଗ୍ରାମ ଆରମ୍ଭ କରିଥିଲେ  । ଶେଷରେ ସେ ସିକନ୍ଦର ବନିଥିଲେ  । କିନ୍ତୁ ଜୀବନର ୪୨ ବର୍ଷ ପରେ ପୁଣି ହାରିଗଲେ  । ଏକଥା ଜଣେ ମାଆର.. ଯେଉଁ ମାଆ ପୁଅର ଜନ୍ମବେଳେ ଆଶା ତୁଟାଇ ସାରିଥିଲା  । ଆଜି ସେଇ ମାଆ ପୁଅର କୋକେଇ ପାଖରେ ଅତୀତକୁ ଆଖିର ଲୁହରେ ଭିଜାଉଛି  ।

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା  । କିନ୍ତୁ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ଘଟଣାର ୮ ଦିନ ପରେ ଚିକିତ୍ସାଦିନ ଅବସ୍ଥାରେ ଆଖି ବୁଜିଥିଲେ  । ଗୁରୁବାର ବରୁଣଙ୍କ ପାର୍ଥୀବ ଶରୀର ଭୋପାଳସ୍ଥିତ ବାସଭବନରେ ପହଁଚିଥିଲା । ପୁରା ସହରର ଲୋକ ବରୁଣଙ୍କ ଶେଷ ଦର୍ଶନ ପାଇଁ ପାଗଳପ୍ରାୟ  । ମୁଖ୍ୟମନ୍ତ୍ରୀ ମଧ୍ୟ ବରୁଣଙ୍କ ଶବ ଶୋଭାଯାତ୍ରାରେ ଚାଲିଥିଲେ । ଯବାନ ପୁଅର ମୁହ୍ଁ ଦେଖିବା ପାଇଁ ବୁଢୀ ମାଆ ମଧ୍ୟ ଆଖିର ଲୁହକୁ ପଣତରେ ପୋଛି ବାହାରିଥିଲା  । ବରୁଣଙ୍କ ମାଆ ଉମା ସିଂ ବୋହୂର କାନ୍ଧରେ ହାତ ଥୋଇ କହିଥିଲେ, ତୁ ତ ବୀରଙ୍ଗନା  ।

ଏକ ଗଣମାଧ୍ୟରେ ପ୍ରତିକ୍ରିୟା ରଖି ମା ଉମା ସିଂ କହିଥିଲେ, ପିଲାଦିନେ ପାଠ ପଢିବା ନେଇ ବରୁଣ ଉପରେ କୌଣସି ଚାପ ରଖାଯାଉନଥିଲା  । ସେ ଦିନେ କହିଥିଲା ମାଆ ମୁଁ ହେଲିକପ୍ଟର ଚଳାଇବି  । ପରେ ବରୁଣ ଆରମ୍ଭ କରିଥିଲେ ଉଡ଼ିବାର ପ୍ରୟାସ  । ଭାରତୀୟ ବାୟୁସେନାରେ ସାଜିଥିଲେ ବାୟୁବୀର  । ବରୁଣଙ୍କ ସାହାସ ଏବଂ ସାମ୍ୟର୍ଥ ହିଁ ତାଙ୍କୁ ପ୍ରଦାନ କରିଥିଲା ଶୌର୍ଯ୍ୟ ଚକ୍ର  । ଏମିତିକି ତାଙ୍କର ଜଣେ ସାଥି ଯବାନ କହିଛନ୍ତି, ବରୁଣ ଯେତେବେଳେ ତେଜସ ଉଡ଼ାଉଥିଲା  । ସେତେବେଳେ ତା ଫାଇଟର ଜେଟର ଇଞ୍ଜିନରେ ଖରାପ ହୋଇଯାଇଥିଲା  । କିଛି ଅପଗ୍ରେଡସନ ଯୋଗୁଁ ତେଜସରେ ବିଭ୍ରାଟ ସୃଷ୍ଟି ହୋଇଥିଲା  । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଫ୍ଲାଇଟ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ପ୍ରେସରାଇଜେସନ୍ ସିଷ୍ଟମରେ ଏକ ବଡ଼ ଉନ୍ନତି ପରେ ସେମାନେ ଏଲସିଏ ତେଜସ୍ ଉଡାଉଛନ୍ତି । ଏହି ସମୟରେ ଉଚ୍ଚତର କକ୍ପିଟ୍ ଚାପ ବିଫଳ ହୋଇଥିଲା।

୧୧ ହଜାର ଫୁଟ ଉପରେ ଉଡ଼ାଣ ଭିରିଥାନ୍ତି କ୍ୟାପଟେନ ବରୁଣ । ଯୋଗାଯୋଗରେ ଥିବା ଅଧିକାରୀ ସଂକେତ ଦେଇଥିଲେ ଯେ, ବରୁଣ ତୁମେ ପାରାସୁଟ ଯୋଗେଁ ଜେଟରୁ ବାହାରିଯାଅ   । କିନ୍ତୁ ଦେଶର ସମ୍ପତିକୁ ଓ ସେନାର ତେଜସକୁ ଛାଡ଼ିନଥିଲେ ବରୁଣ  । ଖରାପ ଇଞ୍ଜିନ ସ୍ୱତେ ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଥିଲେ  । ଆଖି ଖୋଲିବାର ପ୍ରଥମ ଦିନରେ ମୃତ୍ୟୁକୁ ଦେଖିଥିବା ବରୁଣ, ଡିସେମ୍ବର ୧୫ ତାରିଖରେ ଆଖିବୁଜିଛନ୍ତି  । ଶୁକ୍ରବାର ଭୋପାଳରେ ବିଶ୍ରାମ ଘାଟରେ ତାଙ୍କର ଅନ୍ତିମ ସତ୍କାର ହୋଇଛି  । ହେଲେ ବାୟୁବୀର ବରୁଣଙ୍କ ବୀରତ୍ୱ ସମଗ୍ର ଦେଶବାସୀଙ୍କୁ ସାଲ୍ୟୁଟ କରିବା ପାଇଁ ବାଧ୍ୟ କରୁଛି…

Leave a Reply