spot_img

Latest Posts

ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ବିଜେପି ନେତା ଓ ସାମ୍ବାଦିକ

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ କଳାହାଣ୍ଡିରେ ବିଜେପି ବନାମ ସାମ୍ବାଦିକ । ରାଜ୍ୟ ସଭାପତି ସମୀର ମହାନ୍ତି ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ବିଜେପି ନେତା ଓ ସାମ୍ବାଦିକ । ଆଜି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲା କଳାହାଣ୍ଡିରେ । ଘଟଣାସ୍ଥଳ ପରିଦର୍ଶନ ପରେ ପ୍ରେସମିଟର ଆୟୋଜନ କରିଥିଲା । ହେଲେ ସାମ୍ବାଦିକମାନେ ଏହାକୁ ବୟକଟ୍ କରିଥିଲେ । ଜିଲ୍ଲା ବିଜେପି ଉପସଭାପତି ଅଜୟ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ବିଜେପିର କୌଣସି କଥାକୁ ରିପୋର୍ଟିଂ କରାଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ ।

Journalists And BJP Leader Face Off In Kalahandi

ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଜୟ ଆଜି କ୍ଷମା ମାଗିଲେ ସତ, ହେଲେ ଯେଉଁ ଶୈଳୀରେ କ୍ଷମା ମାଗିଲେ, ତାହା ଉପସ୍ଥିତ ସାମ୍ବାଦିକଙ୍କୁ ଆହୁରି ଉତକ୍ଷିପ୍ତ କରିଥିଲା । ଯାହାକୁ ନେଇ ବିଜେପି ନେତା ଓ ରିପୋର୍ଟରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଜିଲ୍ଲା ବିଜେପିର ଅନ୍ୟ ନେତା ଭୁଲ୍ ମାଗିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଓ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା ।

Latest Posts

Don't Miss