spot_img

Latest Posts

ମହିଳା ଏବଂ ପୁରୁଷ ହକିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସାମ୍ବାଦିକ ରାଜଦୀପ ସରଦେଶାଇ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଅଲମ୍ପିକ୍‌ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ହକି ଦଳ। ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ସେଥିପାଇଁ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ପ୍ରଶଂସା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ମହିଳା ହକି ଦଳର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି କହିଛନ୍ତି ରାଜଦୀପ ସରଦେଶାଇ। ଅଧିକାଂଶ ରାଜନେତା ଓ କର୍ପୋରେଟ୍‌ କ୍ରିକେଟ ସହିତ ସଂଶ୍ଳିଷ୍ଟ। କାରଣ କ୍ରିକେଟରେ ରହିଛି ହକିଠାରୁ ଅଧିକ ରୋମାଞ୍ଚ। ସେଥିପାଇଁ ଯେହେତୁ କ୍ରିକେଟରେ ଅଧିକ ରୋମାଞ୍ଚ ରହିଛି ସେଥିପାଇଁ ସମସ୍ତେ ସେଥିରେ ଯୋଡ଼ି ହୋଇଛନ୍ତି। କିନ୍ତୁ ଓଡ଼ିଶା ଏମିତି ଏକ ରାଜ୍ୟ ଯିଏ ହକି ସହିତ ଯୋଡ଼ି ହୋଇ ଏବେ ବିଶାଳ ଉଦାହରଣ ସୃଷ୍ଟି କରିଛି। ଭାରତୀୟ ମହିଳା ହକି ଟିମ୍‌ର ବିଜୟ ପରେ ଟ୍ୱିଟ୍‌ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ।

 

 

Latest Posts

Don't Miss