ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା ; ଧାରଣାରେ ବସିଲେ ସାମ୍ଵାଦିକ

ଭୁବନେଶ୍ୱର : ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା। ଏହାର ପ୍ରତିବାଦ କରିଛନ୍ତି ସାମ୍ଵାଦିକମାନେ। ଗୃହ କାର୍ଯ୍ୟରୁ ସେମାନେ ଦୂରେଇ ରହିଛନ୍ତି । ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତୀ ତଳେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଏହା ସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ ବୟକଟ କରିଛନ୍ତି। ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି। ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକଙ୍କ ଖବର ସଂଗ୍ରହ ଓ ପ୍ରସାର କ୍ଷମତା କ୍ଷୁର୍ଣ୍ଣ କରିବାକୁ ଷଡଯନ୍ତ୍ର ବିରୋଧରେ ଗୃହରୁ ଖବର ସଂଗ୍ରହ ବଏକଟ କରି ପ୍ରତିବାଦ କରୁଛନ୍ତି ସାମ୍ବାଦିକ । ଗତକାଲି ବିରୋଧୀଙ୍କ ସ୍ୱର ଚାପିଥିଲେ ସରକାର. ଆଜି ଗଣମାଧ୍ୟମର ସ୍ୱର ଚାପିଲେ ବୋଲି କହି ଧାରଣାରେ ବସିଛନ୍ତି ସାମ୍ୱାଦିକ ।

ଅନ୍ୟପଟେଏହି ପ୍ରସଙ୍ଗରେ ବର୍ଷିଛି ବିଜେଡି । ବିଧାୟକ ଅରୁଣ ସାହୁ କହିଛନ୍ତି, କେଉଁ କଥାକୁ ଘୋଡାଇବାକୁ ଚାହୁଁଛନ୍ତି ସରକାର, ତାହା ସ୍ପଷ୍ଟ କରନ୍ତୁ । ଟିକିନିଖି ଖବର ଦେବାର ଅଧିକାର ସାମ୍ବାଦିକମାନଙ୍କ ଅଛି। ଆମେ ସାମ୍ବାଦିକମାନଙ୍କ ସହ ଅଛୁ  ଓ ରହିବୁ। ଏହା ସହ ଆନ୍ଦୋଳନରେ ବସିଥିବା ସାମ୍ୱାଦିକଙ୍କୁ ଭେଟିଛି ବିଜେଡି ଟିମ୍ ।