କରୋନା ସଂକ୍ରମିତ ସାମ୍ୱାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ
2 min readଭୁବନେଶ୍ୱର: ବୈଦ୍ୟୁତିକ ଗଣମାଧ୍ୟମର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି । କିଛି ଦିନ ତଳେ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପ୍ରବୀର । ସେ ଜଣେ କ୍ରାଇମ ରିପୋର୍ଟର ଭାବେ ଓଡ଼ିଶାବାସୀଙ୍କ ନିକଟରେ ବେଶ ପରିଚିତ ଥିଲେ ।
I am shocked with the tragic passing away of News18 reporter Shri Prabir Kumar Pradhan to COVID. My condolences to his family. I pray to Lord Jagannath that he gives strength to the family at this time of pain. May his soul rest in peace. Om Shanti !@News18Odia pic.twitter.com/C3Uz7TwiDo
— Manas Mangaraj (@manasrmangaraj) November 5, 2020
ତାଙ୍କର ଏଭଳି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପ୍ରବୀରଙ୍କ ଏଭଳି ଦୁଃଖଦ ବିୟୋଗ ତାଙ୍କୁ ହତ୍ବାକ କରିଦେଇଥିବା ସେ କହିଛନ୍ତି । ଏଥିସହିତ ଏଭଳି କଠିନ ସମୟରେ ତାଙ୍କ ପରିବାର ଲୋଙ୍କୁ ଶକ୍ତି ଦେବାକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଦିବଂଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ଶ୍ରୀ ମଙ୍ଗରାଜ୍ ।
I am deeply pained & anguished by the untimely passing away of News18 Senior Journalist Shri. Prabir Kumar Pradhan; a wonderful person, extremely talented media professional with tremendous grasp of issues. My deepest condolences to his bereaved family. May his soul rest in peace pic.twitter.com/iRuGSJSn3k
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) November 5, 2020
ସାଂସଦ ସସ୍ମିତ ପାତ୍ର ମଧ୍ୟ ପ୍ରବୀରଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଦକ୍ଷ ସାମ୍ୱାଦିକ, ପ୍ରବୀରଙ୍କ ବିୟୋଗ ତାଙ୍କୁ ବ୍ୟଥିତ କରିଥିବା ସେ କହିଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସସ୍ମିତ । ଏବଂ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ।