ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ମନା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଲାଗିଛି ଏପରି ପୋଷ୍ଟର
ଗଞ୍ଜାମ: ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ମନା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଲାଗିଛି ଏପରି ପୋଷ୍ଟର । ଗୋଷ୍ଠୀ ଉନ୍ନଯନ ଅଧିକାରୀଙ୍କ ନାଁ ଲେଖି ଏପରି ପୋଷ୍ଟ ମରାଯାଇଛି । ବିଡ଼ିଓଙ୍କ ପ୍ରକୋଷ୍ଠ, ଅତିରିକ୍ତ ବିଡ଼ିଓଙ୍କ ପ୍ରକୋଷ୍ଠ ସହ ଯନ୍ତ୍ରୀ, ମନରେଗା, ଆବାସ ଯୋଜନା ଭଳି ସମସ୍ତ ବିଭାଗ ସମ୍ମୁଖରେ ଲାଗିଛି ଏହି ପୋଷ୍ଟର । ତେବେ ଏହି ପୋଷ୍ଟର ମାରିଲା କିଏ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଦୃଢ ନିନ୍ଦା କରିଛନ୍ତି ସାମ୍ବାଦିକ । ସାନଖେମୁଣ୍ଡି ପ୍ରେସ କ୍ଳବ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଏକ ଶାନ୍ତିପୂର୍ଣ ଧାରଣା ଦିଆଯାଇଛି । ଏହାସହ ୫ଦଫା ଦାବି ନେଇ ସାନଖେମୁଣ୍ଡି ତହସିଲଦାର ଗଞ୍ଜାମ ଏସ୍ପିଙ୍କ ଉଦ୍ଦେଶ୍ୟରେ ପାଟପୁର ଥାନାକୁ ଲିଖିତ ଭାବେ ଦଦନ୍ତ ପାଇଁ ଜଣାଯାଇଛି ।
ଗତକାଲି ଏହି ପୋଷ୍ଟର ମାରାଯାଇଥିବାବେଳେ ଆଜି ହଟାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପତିକ୍ରିୟା ମିଳିପାରି ନଥିବାବେଳେ ପୋଷ୍ଟର କିଏ ମାରିଲା ଏବଂ କିଏ ବାହାର କଲା କିଏ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ । ସମସ୍ୟା ଠୁ ନେଇ ସମାଧାନ, ଦୁର୍ନୀତି, ସମସ୍ତ ଖବର ଦର୍ପଣ ସମାଜ ଆଗରେ ରଖନ୍ତି ସାମ୍ବାଦିକ । ସାମ୍ବାଦିକଙ୍କୁ କେଉଁ ସ୍ଥାନକୁ ବାରଣ ନଥିବା ବେଳେ ଏଭଳି ଘଟଣା ଏବେ ଗଞ୍ଜାମ ଜିଲ୍ଲା ଏବଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ସାନଖେମୁଣ୍ଡିର ଦୁର୍ନୀତି ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ବ୍ଲକ ପ୍ରଶାସନ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଥିଲା । ଏବେ ଏହି ପୋଷ୍ଟର ନେଇ କୌଣସି ଅଧିକାରୀ ସୂଚନା ଦେଇ ନାହାନ୍ତି ।