ଚୀନ ପାଇଁ ଗୁପ୍ତଚର ସାଜିଥିଲେ ସାମ୍ବାଦିକ,ଦିଲ୍ଲୀ ପୋଲିସ ହାତରେ ଧରା ପଡିଲେ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚୀନ୍ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଜଣେ ମୁକ୍ତ ସାମ୍ବାଦିକ(ଫ୍ରିଲାନ୍ସର) ରାଜିବ ଶର୍ମାଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସ ରାଜୀବ ଶର୍ମାଙ୍କ ସହ ନେପାଳ ଓ ଚୀନର ଦୁଇଜଣ ନାଗିରକଙ୍କୁ ଗିରଫ କରିଛି । ପୋଲିସ ଅନୁସାରେ ରାଜୀବଙ୍କ ପାଖରୁ ଗୋପନୀୟ ପ୍ରତିରକ୍ଷା ଦସ୍ତାବିଜ ଜବତ ହୋଇଛି ।

ଦିଲ୍ଲୀ ପୋଲିସ ଅନୁସାରେ ରାଜୀବଙ୍କ ସହ ଧରା ପଡିଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ମହିଳା ଜଣକ ଚୀନ ନାଗରିକ । ଗୋପନୀୟ ଦସ୍ତାବିଜ ପାଇଁ ରାଜୀବଙ୍କୁ ମୋଟା ଅଙ୍କର ଟଙ୍କା ମହିଳା ଦେଇଥିବା ପୋଲିସ କହୁଛି । ସ୍ପେଶାଲ ସେଲ୍ ଡିସିପି ସଂଜୟ ଯାଦବଙ୍କ ଅନୁସାରେ ଶର୍ମା ଅନେକ ବର୍ଷ ଧରି ସାମ୍ବାଦିକତା କରୁଛନ୍ତି । ୨୦୧୦ରୁ ସେ ଫ୍ରିଲାନ୍ସର ଭାବେ କାମ କରୁଛନ୍ତି । ଜଣେ ଚୀନ୍ ଏଜେଣ୍ଟ୍ ତାଙ୍କୁ ସଂପର୍କ କରିଥିଲେ । ଏହାପରେ ସେ ଚୀନ୍ ପାଇଁ କାମ କରିବା ଆରମ୍ଭ କରିଥିଲେ । ଭାରତୀୟ ସେନା ଓ ସୀମା ସଂପର୍କିତ ସୂଚନା  ରାଜୀବ ଚୀନ୍ ଏଜେଣ୍ଟକୁ ଦେଉଥିଲେ । ଜେରା ବେଳେ ସେ ଚୀନ୍ ଓ ନେପାଳୀ ନାଗରିକଙ୍କ ସହ ମିଶି କାମ କରୁଥିବା ସ୍ୱୀକାର କରୁଥିବା ସ୍ୱୀକାର କରିଥିଲେ ।

ରାଜୀବ ଶର୍ମା ଦିଲ୍ଲୀର ପିତମପୁରାର ବାସିନ୍ଦା । ପୋଲିସ ଅନୁସାରେ ଗିରଫ ତିନି ଜଣଙ୍କଠାରୁ ଅନେକ ସଂଖ୍ୟାରେ ମୋବାଇଲ ଫୋନ୍,ଲାପଟପ୍ ଓ ଅନ୍ୟ ଗୋପନୀୟ ଦସ୍ତାବିଜ୍ ଯବତ ହୋଇଛି ।

Leave a Reply