ଯୋଶୀମଠ ପରି ଜମ୍ମୁର ଏହି ଗାଁରେ ଭାଙ୍ଗୁଛି ଘରର କାନ୍ଥ

1 min read

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି ।

ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା ଟିମ୍ ଘଟଣାର ଯାଞ୍ଚ କରୁଛି । ଏପରିକି କିଛି କିଛି ଘର ଖାଲି କରାଯାଉଥିବା ଜଣାପଡିଛି ।