ଯୋଶୀମଠ ପରି ଜମ୍ମୁର ଏହି ଗାଁରେ ଭାଙ୍ଗୁଛି ଘରର କାନ୍ଥ
1 min readନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି ।
ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା ଟିମ୍ ଘଟଣାର ଯାଞ୍ଚ କରୁଛି । ଏପରିକି କିଛି କିଛି ଘର ଖାଲି କରାଯାଉଥିବା ଜଣାପଡିଛି ।
J&K | Cracks were reported in a house in December in Doda district. Till yesterday, 6 buildings had cracks, but now these cracks have started to increase. This area is gradually sinking. The government is trying to find a solution as soon as possible: Athar Amin Zargar, DM Doda pic.twitter.com/ZmADASy4o6
— ANI (@ANI) February 3, 2023