ଛକରେ ବାଘ ଛାଲ ରାକେଟକୁ ମାଡ଼ି ବସିଲା STF, ୧୧ ନଖ ସହ ୪ ଦାନ୍ତ ଜବତ

ବରଗଡ଼: ଭଟଲି ଛକରୁ ବାଘଛାଲ ଜବତ । ଚିତାବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ବରଗଡ଼ ଟାଉନ ଥାନାରେ ୩ ଜଣଙ୍କୁ ପଚରାଉଚରା ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ଭଟଲି ବ୍ଲକ ଜଙ୍ଗଲ ଭିତରୁ ଜବତ ବାଘ ଛାଲ, ନଖ ଓ ଦାନ୍ତ ସଂଗ୍ରହ କରାଯାଇଥିବା ଅନୁମାନ କରାଯାଉଛି ।
ବାଘଛାଲ ବାବଦରେ ଖବର ପାଇବା ପରେ ୱାଇଲ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ, ସ୍ୱତନ୍ତ୍ର ଟାସ୍କ ଫୋର୍ସ, ଟାଉନ୍ ପୋଲିସ ଏବଂ ବରଗଡ଼ ବନ ବିଭାଗର ମିଳିତ ଟିମ୍ ଭଟଲି ଛକରେ ଚଢ଼ାଉ କରିଥିଲା । ଜଣଙ୍କୁ କାବୁ କରିବା ସହ ବାଘ ଛାଲ, ୧୧ଟି ନଖ ଓ ୪ଟି ଦାନ୍ତ ଉଦ୍ଧାର କରାଯାଇଛି । ଏସବୁ କେଉଁଠାରୁ ଅଣାଯାଇଛି ଏବଂ କେଉଁସ୍ଥାନକୁ ଚାଲାଣ କରାଯାଉଥିଲା ତାହାର ତଦନ୍ତ ଚାଲିଛି ।