ବନ୍ଧାହେଲେ ୮ ମାଓବାଦୀ, ୨ ଜଣଙ୍କ ମୁଣ୍ଡ ଉପରେ ଥିଲା ୧୩ ଲକ୍ଷ ପୁରସ୍କାର ରାଶି

joint team of Sukma Police & CRPF arrested 8 Naxals

ମାଲକାନଗିରି: କମ୍ବିଂ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ସଫଳତା । ବନ୍ଧାହେଲେ ୮ ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ସୁକମା ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ ଓ ଜଜ୍ୱାଗଟା ଜଙ୍ଗଲରେ ଡିଆରଜି ଓ ୨୦୧ କୋବ୍ରା ବାଟାଲିୟନର ଯବାନ ମାନେ ମିଳିତ କମ୍ବିଂ ଅପରେସନ ବେଳେ ୮ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ।

 joint team of Sukma Police & CRPF arrested 8 Naxals

ଗିରଫ ମାଓବାଦୀ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ଥିଲେ । ଯବାନଙ୍କ ଉପରେ ଫାୟାରିଂ, ଉନ୍ନୟନ ମୂଳକ କାମକୁ ବିରୋଧ କରି ଗାଡ଼ି ପୋଡ଼ି, ରାସ୍ତା କାଟିବା, ସାଧାରଣ ଆଦିବାସୀ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଓ ମାଓ କମାଣ୍ଡରଙ୍କ ଆଦେଶରେ ବିଭିନ୍ନ ଗାଁରେ ମାଓ ମେଳିର ଆୟୋଜନ ଭଳି ବହୁ ଅପରାଧିକ ମାମଲାରେ ଜଡ଼ିତ । ଗିରଫ ୮ ଜଣ ନକ୍ସଲଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକମା ଏସପି ସୁନୀଲ ଶର୍ମା କହିଛନ୍ତି ।

ଗିରଫ ହୋଇଥିବା ୮ ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ପୁରସ୍କାର ରାଶି ଥିଲା । ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଓ ଅନ୍ୟ ଜଣଙ୍କୁ ଧରାଇ ଦେଲେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ମାଓବାଦୀଙ୍କ ଠାରୁ ଆଇଡି, ବିସ୍ଫୋରକ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

Leave a Reply