କୋଟିଏରୁ ଅଧିକ ମୂଲ୍ୟର ବ୍ରାଉନସୁଗର ଜବତ, ୩ ଗିରଫ
1 min read
ବାଲେଶ୍ୱର: ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ହୋଟେଲ ଜ୍ୟୋତି ସାଗର ନିକଟରେ ବାଲେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ପୋଲିସ ମିଳିତ ଚଢ଼ାଉରେ କେଜିଏ ୧୦୫ ଗ୍ରାମ୍ ବ୍ରାଉନସୁଗର ଜବତ କରିଛନ୍ତି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ବ୍ରାଉନସୁଗର ସହ ମିଳିତ ଚଢ଼ାଉ ବେଳେ ନଗଦ ୮୫ ହଜାର ୬୮୦ ଟଙ୍କା ଜବତ କରାଯାଇଛି । ବ୍ରାଉନସୁଗର କାରବାରରେ ଲିପ୍ତ ଥିବା ୩ ବେପାରୀ ଗିରଫ ହୋଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ଏସକେ ଜମିର ଓରଫ ଛୋଟୁ, ପ୍ରଭାତ ସେଠୀ ଓ ଯଶୋବନ୍ତ ବାଗ । ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚଳିତ ବର୍ଷ ଏସଟିଏଫ ବାଲେଶ୍ୱରରୁ ଏଯାବତ୍ ୨୩ କେଜି ୨୭୩ ଗ୍ରାମ୍ ବ୍ରାଉନସୁଗର ଜବତ କରିସାରିଲାଣି । ମୋଟ୍ ୨୫ଟି କେସ୍ ରେଜିଷ୍ଟର ହୋଇଥିବା ବେଳେ ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ୪୭ ଜଣଙ୍କୁ ଗିରଫ କରିସାରିଲାଣି ଏସଟିଏଫ୍ ।