ସ୍ୱେରେଜରେ କେମିତି ହେଲା ୨ ଜଣଙ୍କ ମୃତ୍ୟୁ ? ମିଳିତ ତଦନ୍ତ ନିର୍ଦ୍ଦେଶ

1 min read
Joint Enquiry Ordered On Two workers died In Sewerage Line Cuttack

ଭୁବନେଶ୍ୱର: କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜରେ ଫସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ । ଗୃହ ଏବଂ ନଗର ଉନ୍ନୟ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମଠି ଭାଥନନ ମିଳିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଟକ ତହସିଲଦାର ଓ ସିଏମସିର ଡେପୁଟି କମିଶନର ଏନଫୋର୍ସମେଣ୍ଟ ମିଳିତ ତଦନ୍ତ କରି ରିପୋର୍ଟ ଦେବେ ।

Joint Enquiry Ordered On Two workers died In Sewerage Line Cuttack

ସ୍ୱେରେଜ୍ କାମ ବେଳେ ୨ ଶ୍ରମିକ କେମିତି ଭିତରେ ଫସିଗଲେ ? କେଉଁ ପରିସ୍ଥିତିରେ ଏଭଳି ଘଟିଲା ? ସ୍ୱେରେଜ୍ ଭିତରେ କିଛି ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଛି କି ? ଏସବୁର ମିଳିତ ତଦନ୍ତ କରି ରିପୋର୍ଟ ଦେବାକୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Joint Enquiry Ordered On Two workers died In Sewerage Line Cuttack

ସ୍ୱେରେଜ ଭିତରେ ଅଣନିଶ୍ୱାସୀ ହୋଇ କଟକର ଟି .ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଶିବା ଗୁରୁତର ଅଛନ୍ତି । କଟକ ଏସସିବି ମେଡିକାଲରେ ଶିବାଙ୍କ ଚିକିତ୍ସା ଚାଲିଛି । ସ୍ୱେରେଜ ମଧ୍ୟକୁ ଟି.ଶଙ୍କର ଓ ବିଷ୍ଣୁ ଯିବା ପରେ ପ୍ରାୟ ୨୦ ମିନିଟ୍ ଧରି ଫେରି ନଥିଲେ । ଫଳରେ ଶିବା ସ୍ୱେରେଜ୍ ଭିତରକୁ ଯାଇଥିଲା । ସେ ମଧ୍ୟ ଅଣନିଶ୍ୱାସୀ ହୋଇ ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ- ସ୍ୱେରେଜରେ ଅଣନିଶ୍ୱାସୀ ହୋଇ ୨ ମୃତ, ଜଣେ ଗୁରୁତର

Leave a Reply