ଏନଫୋର୍ସମେଣ୍ଟ କଡ଼ାକଡ଼ି କଲା ବିଏମସି, ବିଭିନ୍ନ ହାଟରେ ଚଢ଼ାଉ
1 min readଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଲକଡାଉନକୁ କୋହଳ କରିଛନ୍ତି ସରକାର । ଭୁବନେଶ୍ୱରରେ ଦିନ ୨ଟା ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବଜାର ଖୋଲାଥିବା ବେଳେ ଅନେକ ଦୋକାନରେ ଗହଳି ପରିଲକ୍ଷିତ ହେଉଛି । ଲୋକ ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତା ରକ୍ଷା ହେଉନି । ଏଭଳି ଅମାନିଙ୍କୁ ସାବାଡ୍ କରିବାକୁ ବିଭିନ୍ନ ହାଟରେ ରେଡ୍ କରିଛି ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।
Joint Enforcement carried out by BMC & @cpbbsrctc on Haats at KIIT Square, Siripur, Baragada, Jharpada, Unit-1, Unit-4 on #COVID19 Guidelines. pic.twitter.com/OzH6aZLx0j
— BMC (@bmcbbsr) July 2, 2021
ବିଏମସି ଓ କମିଶନରେଟ୍ ପୋଲିସର ମିଳିତ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଆଜି କିଟ୍ ହାଟ, ସିରିପୁର, ବରଗଡ଼, ଝାରପଡ଼ା, ୟୁନିଟ୍-୧ ସହ ୟୁନିଟ୍-୪ ମାର୍କେଟରେ ରେଡ୍ କରିଛି । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧୁଛନ୍ତି ନା ନାହିଁ ଏସବୁ ପରଖିଛି ଏନଫୋର୍ସମେଣ୍ଟ ଟିମ୍ ।