ଦୁଇଟି ଦେଶରେ ବିକ୍ରି ହେବନାହିଁ ଜନସନ୍ ଆଣ୍ଡ୍ ଜନସନର ବେବି ପାଉଡର, ଜାଣନ୍ତୁ କାହିଁକି ?

1 min read

ନୂଆଦିଲ୍ଲୀ:  ବେବି ପ୍ରଡକ୍ଟ ତିଆରି କରୁଥିବା ପ୍ରସିଦ୍ଧ ଆମେରିକୀୟ କଂପାନୀ ଜନସନ୍ ଆଣ୍ଡ୍ ଜନସନ୍ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ଆମେରିକା ଓ କାନାଡାରେ ଜନସନ ବେବି ପାଉଡର ବିକ୍ରି କରିବ ନାହିଁ ।

ଉପଭୋକ୍ତାଙ୍କ ଅଭ୍ୟାସରେ ପରିବର୍ତ୍ତନ ଓ ବେବି ପାଉଡରକୁ ନେଇ ଭୁଲ ପ୍ରଚାର କାରଣରୁ ବିକ୍ରି ପ୍ରଭାବିତ ହୋଇଛି, ତେଣୁ ଏହି ଦୁଇ ଦେଶରେ ପାଉଡର ବିକ୍ରି ହେବ ନାହିଁ । ତେବେ ଏହି ପ୍ରତିବନ୍ଧକ ଅସ୍ଥାୟୀ ବୋଲି ଜନସନ୍ କହିଛି । ଜନସନ୍ ତରଫରୁ କୁହାଯାଇଛି ଯେ, ଆଗାମୀ ମାସରେ ଉତ୍ପାଦନର ବିକ୍ରି କମ୍ କରାଯିବ । ଖୁଚୁରା ବିକ୍ରେତା ବର୍ତ୍ତମାନ ସେମାନଙ୍କ ପାଖରେ ଥିବା ପାଉଡରକୁ ବିକ୍ରି କରିପାରିବେ ।

 

ଜନସନର ଉତ୍ପାଦକୁ ନେଇ କିଛିଦିନ ହେବ ବାରମ୍ବାର ଅଭିଯୋଗ ଆସୁଥିଲା । ଏହା ବିରୋଧରେ ଅଲଗା ଅଲଗା ଅଭିଯୋଗ କ୍ରମରେ ୧୬ ହଜାରରୁ ଅଧିକ ମାମଲା ଅଦାଲତରେ ଦାଏର ହୋଇଛି । ଯଦିଓ ଜନସନ୍ ଆଣ୍ଡ୍ ଜନସନ ପକ୍ଷରୁ ସବୁବେଳେ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

 

୩୩ ହଜାର ଡବା ଫେରସ୍ତ ନେଇଥିଲା

ଗତବର୍ଷ ଅକ୍ଟୋବର ମାସରେ ଜନସନ୍ ଆଣ୍ଡ୍ ଜନସନ୍ ଆମେରିକାରେ ପରୀକ୍ଷଣ ପାଇଁ ସ୍ୱେଛାର ୩୩ ହଜାର ଡବା ବଜାରରୁ ଫେରସ୍ତ ନେଇଥିଲା । ଆମେରିକୀୟ ଫାର୍ମା କଂପାନୀ ତାରପ ବେବି ପାଉଡର, ସାମ୍ପୁ ଓ ସାବୁନକୁ ନେଇ ଦୁନିଆରେ ପରିଚିତ । ଭାରତରେ ଏହା ଏକ ପରିଚିତ ବ୍ରାଣ୍ଡ୍ ଅଟେ ।

ଭାରତରେ ବିବାଦ

ଭାରତରେ ଆଗରୁ ମଧ୍ୟ ଅନେକ ଥର ଜନସନର ଉତ୍ପାଦକୁ ନେଇ ବିବାଦ ସୃଷ୍ଟି ହୋଇଛି । ମେ ମାସ ୨୦୧୯ରେ ଦିଲ୍ଲୀ ହାଇକୋର୍ଟ ୬୭ ଜଣ ରୋଗୀଙ୍କୁ ୨୫-୨୫ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ଜନସନକୁ ଆଦେଶ ଦେଇଥିଲେ । ତୃଟିପୂର୍ଣ୍ଣ ମେଡିକାଲ ଉପକରଣ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ଆଦେଶ ଦେଇଥିଲେ ।  ସେହିଭଳି ଏପ୍ରିଲ ୨୦୧୯ରେ ଭାରତରେ ଜନସନର ବେବି ସାମ୍ପୁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଜନସନର ବେବି ପାଉଡର ଶିଶୁଙ୍କ ପାଇଁ କ୍ଷତିକାରକ ବୋଲି ସେତେବେଳେ ଅଭିଯୋଗ ଉଠିଥିଲା ।

Leave a Reply