ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ୍ ଟିକାକୁ ମିଳିଲା ବ୍ୟବହାର ଅନୁମତି

1 min read
Johnson And Johnsons Single Dose Vaccine Got EUA In India

ନୂଆଦିଲ୍ଲୀ: ଦେଶକୁ ପଞ୍ଚମ କୋଭିଡ୍ ଟିକା ମିଳିଛି । ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡବିୟା ।

ଜନସନ ଆଣ୍ଡ ଜନସନର ଟିକାକୁ ଅନୁମତି ମିଳିବା ପରେ ଦେଶରେ ଜରୁରୀକାଳୀନ ବ୍ୟବହାର ଟିକା ସଂଖ୍ୟା ୫ରେ ପହଞ୍ଚିଛି । କୋଭିଡ୍ ବିରୋଧୀ ଯୁଦ୍ଧକୁ ଏହା ଆହୁରି ଅଧିକ ଶାଣିତ କରିବ । ଗୁରୁବାର କମ୍ପାନୀ ଜରୁରୀକାଳୀନ ବ୍ୟବହାର ନେଇ ଆବେଦନ କରିଥିବା ସୂଚନା ଦେଇଥିଲା ।

Johnson And Johnsons Single Dose Vaccine Got EUA In India

ଜନସନ ଆଣ୍ଡ ଜନସନର ଟିକାକୁ ବହୁତ କମ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ । ଏଥିସହ ଏହି ଟିକାର ଗୋଟିଏ ଡୋଜ୍ ଆକ୍ରାନ୍ତଙ୍କ ଚିକିତ୍ସା କରିପାରିବ । ଟିକାରେ କମ୍ପାନୀ ଏଡିନୋ ଭାଇରସର ବ୍ୟବହାର କରିଛି । ଟିକା ଶରୀରରେ ପହଞ୍ଚିବା ପରେ କଣିକା କରୋନା ଭାଇରସ୍ ପ୍ରୋଟିନ୍ ତିଆର କରିଥାଏ । ଏହା ପରେ ପ୍ରୋଟିନ୍ ଭାଇରସ୍ ସାମ୍ନା କରିବାକୁ ଇମ୍ୟୁନ ସିଷ୍ଟମର ସହାୟତା କରିଥାଏ ।

Leave a Reply