ବିଗତ ୨୭ ବର୍ଷ ହେଲା ନିଜର ପ୍ରିୟ ମିଠା ଖାଇନାହାନ୍ତି ଜନ୍

1 min read

ମୁମ୍ୱାଇ: ସୁନ୍ଦର ଶରୀର ଗଠନ ପାଇଁ ବେଶ ଲୋକପ୍ରିୟ ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍ ନିଜ ଫିଟ୍‌ନେସ୍ ସିକ୍ରେଟର ଖୁଲାସା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟ୍‌ନେସ୍ ଶୋ’ରେ ସେ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଚିନି ସିଗାରେଟ୍‌ ଠାରୁ ମଧ୍ୟ ଅଧିକ କ୍ଷତିକାରକ ।

Shilpa Shetty Kundra Spotted With John Abraham at Mehboob Studio For Post Shoot - Filmibeat

ଶୋ’ର ଟ୍ରୁ- ଫଲସ୍ ସେଗମେଣ୍ଟରେ ଶିଳ୍ପା ସେଟ୍ଟୀ କହିଥିଲେ ଯେ ଜନ୍ ଆବ୍ରାହମ୍ ବିଗତ ୨୫ ବର୍ଷ ହେଲା ନିଜର ପ୍ରିୟ ମିଠା କାଜୁ କାଟଲୀ ଖାଇନାହାନ୍ତି । ଉତ୍ତରରେ ଜନ୍ ଏହାକୁ ମିଛ ବୋଲି କହିବା ସହ ବିଗତ ୨୭ ବର୍ଷ ହେଲା ସେ ଏହି ମିଠା ଖାଇନଥିବା କହିଛନ୍ତି । ଏହା ସହିତ ସେ ଗ୍ୟାସ୍ ଯୁକ୍ତ ଥଣ୍ଡାପାନୀୟ ମଧ୍ୟ ପିଉନଥିବା କହିଛନ୍ତି । ଶିଳ୍ପା ମଧ୍ୟ ସେଇଆ କରୁଥିବା ଅନୁମାନ କରିଛନ୍ତି ଜନ୍ । ସିଗାରେଟ୍‌ର ଠାରୁ ମଧ୍ୟ ଚିନି ଅଧିକ କ୍ଷତିକାରକ ବୋଲି କହିଛନ୍ତି ଜନ୍ । କେବଳ ସେତିକି ନୁହଁ ଚିନିକୁ ବିଶ୍ୱର ସବୁଠାରୁ ବଡ଼ ବିଷ ବୋଲି କହିଛନ୍ତି ଜନ୍ । ତେବେ ଆମେ କିଭଳି ଦେଖାଯାଉଛି , ତାହା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ କିଭଳି ଅନୁଭବ କରୁଛୁ ।

John Abraham tells Shilpa Shetty 'men shouldn't look pretty', people question double standards | Filmfare.com

ତେବେ ଇଣ୍ଡିଷ୍ଟ୍ରିରେ ନିଜ ଏକ୍ସପ୍ରିୟନ୍ସ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ, ଗତ ୧୭ରୁ ୧୮ ବର୍ଷ ମଧ୍ୟରେ ମାତ୍ର ୩ ଦିନ ଛୁଟି ନେଇଛନ୍ତି । ଯାହା ବୋରିଂ ଏବଂ ଦୁର୍ଭାଗ୍ୟଜନକ । କିନ୍ତୁ ବିରତି ନେବା ବା ଛୁଟି ନେବାର ଆବଶ୍ୟକତା ରହିଛି, ଅନ୍ୟମାନେ ନିଜ ଆବଶ୍ୟକତା ଅନୁଯାୟୀ ଛୁଟି ନେଇପାରିବେ । ତେବେ ଏହି ଶୋ’ରେ ଜନ୍ ତାଙ୍କ ବିଷୟରେ ଆଉ କିଛି ଆଶ୍ଚର୍ଯ୍ୟଜନକ ବିଷୟରେ ମଧ୍ୟ ଦର୍ଶକଙ୍କୁ ଜଣାଇଛନ୍ତି ।

Shilpa Shetty Yoga for Flat Stomach and Belly | Styles At Life

ତାଙ୍କ ମୋବାଇଲରେ କୌଣସି ସୋସିଆଲ ମିଡିଆ ଆପ୍ ନଥିବା କହିଛନ୍ତି, ଏଭଳି କି ତାଙ୍କ ମୋବାଇଲେ ହ୍ୱାଟସ୍‌ ଆପ୍ ମଧ୍ୟ ସେ ରଖିନାହାନ୍ତି । ଜନ୍ ଆବ୍ରାହମ୍ ନିକଟ ଅତୀତରେ ମୋହିତ ସୁରୀଙ୍କ ଫିଲ୍ମ ଏକ୍ ଭିଲିଆନ୍ ରିଟର୍ଣ୍ଣ୍ସ ଫିଲ୍ମର ସୁଟିଂ ସାରିଛନ୍ତି । ଏହି ଚଳଚ୍ଚିତ୍ରରେ ତାରା ସୁତାରିଆ, ଦିଶା ପଟ୍ଟାନୀ ଏବଂ ଅର୍ଜନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଏଥିସହିତ ପଢ଼ନ୍ତୁ: ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଅମୀର ଖାନଙ୍କ ମନ୍ତବ୍ୟ: ମୁଁ ଦେଖିବି, ସମସ୍ତେ ଦେଖନ୍ତୁ ଏହି ଫିଲ୍ମ..