spot_img

Latest Posts

ଜୋ ବାଇଡେନଙ୍କ ବିଜୟକୁ ନେଇ ପାକିସ୍ତାନ ଖୁସି, ଜାଣନ୍ତୁ କଣ କହିଲେ ଇମରାନ୍-ନୱାଜ…

ୱାଶିଂଟନ୍: ଦୁନିଆରେ ଏବେ ଆମେରିକାର ଚର୍ଚ୍ଚା । ଜୋ ବାଇଡେନଙ୍କୁ ବିଜୟୀକୁ ନେଇ ପାକିସ୍ତାନ ବେଶ୍ ଖୁସି ଜଣାପଡ଼ୁଛି । ପ୍ରକୃତରେ, ଟ୍ରମ୍ପ ଆତଙ୍କବାଦକୁ ନେଇ ସର୍ବସାଧାରଣ ମଞ୍ଚରେ ପାକିସ୍ତାନକୁ ଧିକାର କରିଛନ୍ତି । ଏଥିପାଇଁ ବାଇଡେନ୍ ଜିତିବା ପରେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆସିବା ନେଇ ସ୍ୱପ୍ନ ଦେଖୁଛି ।

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ବାଇଡେନ ଜିତିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଶୁଭେଚ୍ଛା ଜଣାଇ ଆମେରିକା ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଶା କରିଛନ୍ତି- ଗ୍ଲୋବାଲ ସମିଟ ଅନ୍ ଡେମୋକ୍ରାସି ଓ ବେଆଇନ୍ ଟ୍ୟାକ୍ସ ଚୋରି ଶେଷ କରିବା ଓ ଭୁଲ୍ ଉପାୟରେ ଦେଶର ସମ୍ପତ୍ତିର ନେଣଦେଣରେ ସାମିଲ୍ ଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମିଶି କାମ କରିବେ । ଆମେ ଆଫଗାନିସ୍ତାନ ଓ ଅନ୍ୟ ଅଞ୍ଚଳରେ ଆମେରିକା ସହ ଶାନ୍ତି ପାଇଁ କାମ ଜାରି ରଖିବୁ ବୋଲି କହିଛନ୍ତି ଇମରାନ ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ମଧ୍ୟ ବାଇଡେନଙ୍କୁ ଜିତିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି- ଜୋଇ ବାଇଡେନଙ୍କୁ, ଆମେରିକାର ଲୋକଙ୍କୁ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା । ଆମେ ଆପଣଙ୍କ ନେତୃତ୍ୱରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଭଲ ସମ୍ପର୍କ ପାଇଁ ଆଂକାକ୍ଷିତ ।

ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ କହିଛନ୍ତି- ଜୋ ବାଇଡେନ ଓ କମଳା ହ୍ୟାରିସଙ୍କୁ ଐତିହାସିକ ଓ ବିପୁଳ ବିଜୟ ପାଇଁ ଶୁଭେଚ୍ଛା । ଏହା ବାସ୍ତବ ବିଜୟ । ଯାହା ଦୁନିଆବ୍ୟାପୀ ଅନୁକୂଳ ଭାବେ ଗ୍ରହଣ କରିବା ଉଚିତ୍ । ଆଶା ଅଛି- ଆମେରିକା-ପାକିସ୍ତାନ ସମ୍ପର୍କ ସୁଧାରିବା ଲାଗି ଆଶାଜନକ ଆରମ୍ଭ ହେବ ।

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ଶନିବାର ଆମେରିକା ନିର୍ବାଚନର ଅନ୍ତିମ ଫଳାଫଳ ଆସିଛି । ଜୋ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ମଧ୍ୟ ଏହି ନିର୍ବାଚନରେ ଜିତିବା ସହ ଇତିହାସ ସୃଷ୍ଟି କରିଛନ୍ତି । କମଳା ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦରେ ବସିବେ ।

Latest Posts

Don't Miss