ରାଜଗାଦୀ ଛାଡିବା ପୂର୍ବରୁ ବାଇଡେନ୍ ୧୫୦୦ କଏଦୀଙ୍କୁ ଦେଲେ ରାଜକ୍ଷମା
ନନ୍ଦିଘୋଷ ବ୍ୟୁରୋ : ରାଜଗାଦୀ ଛାଡିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ କରିଛନ୍ତି। ଆପରାଧିକ ମାମଲାରେ ୩୯ ଜଣଙ୍କୁ କ୍ଷମା ଦେଇଛନ୍ତି ରାଷ୍ଟ୍ରପତି। ମୁକ୍ତ କଏଦୀଙ୍କ ଭିତରେ ୪ ଭାରତୀୟ ରହିଛନ୍ତି। କିଛି ଦିନ ତଳେ ଜେଲଜ୍ରେ ଥିବା ନିଜ ପୁଅକୁ କ୍ଷମା କରିଥିଲେ ବାଇଡେନ।
ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକାସାଙ୍ଗରେ ଏତେ ଅପରାଧୀଙ୍କୁ କ୍ଷମା ପ୍ରଦାନ କରିଛନ୍ତି । ବାଇଡେନଙ୍କ ଏହି ନିଷ୍ପତ୍ତିରେ ଡୋନାଲ୍ଡ ଟ୍ରମ୍ପ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଜୋ ବାଇଡେନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ରାଷ୍ଟ୍ରପତି ଭାବରେ ତାଙ୍କୁ ଦୟା ଦେଖାଇବାର ସୁଯୋଗ ମିଳିଛି । ଯେଉଁମାନେ ସେମାନଙ୍କର ଭୁଲକୁ ବୁଝିପାରି ଏବଂ ଭବିଷ୍ୟତରେ ଏକ ସ୍ୱଚ୍ଛ ଜୀବନଯାପନ କରିବାକୁ ପ୍ରତିଜ୍ଞା ନେଇଛନ୍ତି ସେମାନଙ୍କୁ କ୍ଷମା କରିବା ଜରୁରୀ ଅଟେ । ଏହି ନିଷ୍ପତ୍ତି ସ୍ୱଚ୍ଛ ସମାଜ ଗଢିବାରେ ସହାୟକ ହେବ । ଯେଉଁ କଏଦୀଙ୍କୁ କ୍ଷମା ପ୍ରଦାନ କରାଯାଇଛି ସେମାନେ ଅଧିକାଂଶ ଡ୍ରଗ୍ସ କରାବାରରେ ଜଡିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ମଧ୍ୟ ଅପରାଧୀକ ମାମଲାରେ ଜଡିତ ଥିଲେ। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଟିକସ ଫାଙ୍କିବା ଏବଂ ଡ୍ରଗ୍ସ ଏହି ତିନୋଟି ମାମଲାରେ ଜଡିତ ଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଥିଲା । ତେବେ ଜୋ ବାଇଡେନ ତାଙ୍କ ପୁଅକୁ ମଧ୍ୟ କ୍ଷମା କରିଛନ୍ତି ।