ଆମେରିକାର ନୂଆ ବସ୍ ହେଲେ ଜୋ ବିଡେନ୍…ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ହ୍ୱାଇଟ ହାଉସକୁ ମାରିଲେ ଏଣ୍ଟ୍ରି

1 min read

ୱାଶିଙ୍ଗଟନ୍ : ଜୋ ବାଇଡେନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ରିପବ୍ଲିକନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପକୁ ହରାଇ ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଣ୍ଡନ କରିବେ । ବିଦ୍ଧବଦ୍ଧ ଘୋଷଣା ହେଇନଥିଲେ ମଧ୍ୟ ବାଇଡେନ୍ ମ୍ୟାଜିକ୍ ନମ୍ୱର ୨୭୦କୁ ସ୍ପର୍ଶ କରିସାରିଛନ୍ତି ଓ ହ୍ୱାଇଟ୍ ହାଉସରେ ସ୍ଥାନ ପକ୍କା କରିଛନ୍ତି । ଆମେରିକାର ଇତିହାସର ଏକ ବିବାଦୀୟ ନିର୍ବାଚନ ଭାବେ ଉଭା ହୋଇଥିବା ଏହି ନିର୍ବାଚନକୁ କିଏ ଜିତିବ ସେନେଇ ଅନେକ ଆଲୋଚନା ଲାଗି ରହିଥିଲା । ଶେଷରେ ଜନମତ ବାଇଡେନଙ୍କ ପକ୍ଷକୁ ଯାଇଛି । ପେନସିଲଭେନିଆରେ ଡୋନାଲ୍ଡ ଟ୍ରମ୍ପକୁ ପଛରେ ପକାଇ ସେ ହାସଲ କରିଛନ୍ତି ସର୍ବଶକ୍ତି ରାଷ୍ଟ୍ରର ମୁଖ୍ୟ ହେବାର ଗୌରବ । ତେବେ ତାଙ୍କ ସହ କମଲା ହାରିସ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଭାରତୀୟ ବଂଶଦ୍ଭୋବ ହୋଇଥିବା ହେତୁ ଏଥରର ନିର୍ବାଚନର କେନ୍ଦ୍ର ବିନ୍ଦୁରେ ମଧ୍ୟ ରହିଥିଲେ ।

ଡେମୋକ୍ରେଟିକ୍ ପ୍ରାର୍ଥୀ ଜୋ ବିଡେନ୍ ୨୭୩ ଟି ଇଲେକ୍ଟୋରାଲ ଭୋଟ୍ ପାଇଥିବାବେଳେ ରି ପବ୍ଲିକାନ ପାର୍ଟିର ଡୋନାଲ୍ଟ ଟ୍ରମ୍ପ ୨୧୪ଟି ଇଲେକ୍ଟୋରାଲ ଭୋଟ୍ ପାଇଛନ୍ତି । ମୋଟ୍ ୫୩୮ଟି ଆସନରୁ ୨୭୦ଟି ଆସନ ବିଜୟ ପାଇଁ ଆବଶ୍ୟକ ଥିବାବେଳେ ଏହି ସଂଖ୍ୟା ଅତିକ୍ରମ କରିଛନ୍ତି ବିଡେନ୍ । ଏହି ବିଜୟ ସହ ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସକୁ ନିର୍ବାଚିତ ହୋଇଛନ୍ତି ଡେମୋକ୍ରେଟିକ୍ ପ୍ରାର୍ଥୀ ଜୋ ବିଡେନ୍ । ନିର୍ବାଚନରେ ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ବିଶେଷକରି ନ୍ୟୁହାମ୍ପସାୟାର, ପେନସିଲଭେନିଆ, ଜର୍ଜିଆ, ଓ୍ବିସକନସିନ, ମିଚିଗାନ, ଫ୍ଲୋରିଡା, ନର୍ଥ କାରୋଲିନା, ଓହିଓ, ଟେକ୍ସାସ, ମିନେସୋଟା, ଆରିଜୋନା, ନାଭେଡା ଓ ଲୋଆରେ ଉଭୟ ମଧ୍ୟରେ କାଣ୍ଟେ କି ଟକ୍କର ହୋଇଥିଲା ।

ବିଡେନ୍ ରାଷ୍ଟ୍ରପତି ହେବା ନେଇ ଚିତ୍ର ସ୍ପଷ୍ଟ ହୋଇ ସାରିଥିବାବେଳେ ଭାରତୀୟ ବଂଶୋଭାବ କମଳା ହାରିସ ଉପରାଷ୍ଟ୍ରପତି ହେବା ନେଇ ନିଶ୍ଚିତ ହୋଇଛି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ଥିଲା ସାରା ବିଶ୍ୱବାସୀଙ୍କ ନଜର । ଭୋଟ ଗଣତିରେ ବିଳମ୍ବ ହେଉଥିଲେ ମଧ୍ୟ ଶେଷରେ ବିଜୟର ତାଜ୍ ପିନ୍ଧିଛନ୍ତି ଜୋ ବିଡେନ୍ । ବିଡେନଙ୍କ ବିଜୟ ପରେ ଭାରତ କଣ ପଡିପାରେ ଏହାର ପ୍ରଭାବ । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଭାରତ – ଆମେରିକା ସମ୍ପର୍କରେ ଆହୁରି ଉନ୍ନତି ଆଶା କରାଯାଉଛି । ଟ୍ରମ୍ପଙ୍କ ସମୟରେ କଟକଣା ଲଗାଯାଇଥିବା H1B ଭିସା ଉପରେ ଭାରତର ନଜର ରହିଛି । କାରଣ ଆମେରିକାରେ ସର୍ବାଧିକ ଭାରତୀୟ କାର୍ଯ୍ୟ କରୁଛନ୍ତି । କମଳା ହ୍ୟାରିସ୍ ଉପରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଭାରତ ପାଇଁ ସେପରି କିଛି କ୍ଷତି ନହେବାର ବିଶେଷଜ୍ଞ ଅନୁମାନ କରୁଛନ୍ତି ।

Leave a Reply