ଟ୍ରକ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ

1 min read

ଯୋଡା: ୫୨୦ ନମ୍ବର ଜାତୀୟ ରାଜପଥ ରିମୁଳି-ରାଜାମୁଣ୍ଡା ରାସ୍ତାର କଣ୍ଡରା ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ହେଲେ ଚମ୍ପୁଆ ଥାନା ବାସୁଦେବପୁର ଅଞ୍ଚଳର ବୁଦ୍ଧଦେବ ମୁଣ୍ଡା ଓ ଧୋବାକଚଡ଼ା ଗାଁର ଗୋପୀନାଥ ପାତ୍ର । ଉଭୟ ସ୍କୁଟି ଯୋଗେ ଯୋଡ଼ା ଯାଉଥିବା ବେଳେ, ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଛେପ ପକାରୁ ମାରପିଟ୍, ଜଣେ ମୃତ୍ୟୁ ୪ ଆହତ 

Leave a Reply