spot_img

Latest Posts

ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

ବ୍ରହ୍ମପୁର: ବେକାର ଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ। କେନିଆରେ ଚାକିରି ଦେବା ନାଁରେ ଟୁରିଷ୍ଟ ଭିସା ପ୍ରସ୍ତୁତ କରିଥିଲେ ଅଭିଯୁକ୍ତ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସକୁ ମିିଳଛି ଏହି ସଫଳତା। ୯୨ଟି ପାସପୋର୍ଟ ଜବତ ସହ ଟୁରିଷ୍ଟ ଭିସା ଜବତ ହୋଇଛି। ମୁଖ୍ଯ ଅଭିଯୁକ୍ତ ସି.ଏଚ ମୋହନ ରେଡ୍ଡିଙ୍କ ସମେତ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୨୦ ଜଣଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରିଥିଲେ ଅଭିଯୁକ୍ତ। ୧୦ ଦିନ ଭିତରେ ଅଫର ଲେଟର ଦେବେ ବୋଲି କହିଥିଲେ । କେନିଆରେ ଚାକିରି ଦେବା ପାଇଁ ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ଟୁରିଷ୍ଟ ଭିସା ଦେବା ପରେ ଥାନାରେ ଅଭିଯୋଗ କରିଥିଲେ ଖଲ୍ଲିକୋଟ ଅଞ୍ଚଳର କିଛି ଯୁବକ। ପୋଲିସ ଘଟଣାର ତଦନ୍ତ କରି ୯୨ଟି ପାସପୋର୍ଟ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Latest Posts

Don't Miss