ଚାକିରି ନାଁରେ ଠକେଇ ମାମଲା: ପରୀକ୍ଷାରେ ବିଫଳ ହେବା ପରେ ଠକିବା ପାଇଁ ପ୍ରସ୍ତୁତ କରିଥିଲେ ବ୍ଳୁ-ପ୍ରିଣ୍ଟ

1 min read

ଭୁବନେଶ୍ୱର: ପୋଲିସ ଚାକିରି ଦେବା ନାଁରେ ଠକେଇ ମାମଲା । ଠକ ବୈକୁଣ୍ଠନାଥ ନାୟକଙ୍କୁ ଦୁଇ ଦିନିଆ ରିମାଣ୍ଡରେ ସତ ଓଗାଳିଛି କ୍ରାଇମବ୍ରାଞ୍ଚ EOW । ନିଜେ ପରୀକ୍ଷା ଦେଇ ବିଫଳ ହେବାପରେ ଠକିବା ପାଇଁ କରିଥିଲେ ବ୍ଳୁପ୍ରିଣ୍ଟ । ସେପଟେ ଭୁବନେଶ୍ୱରରେ ଜମି ଦେବା ଓ ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ କହି ୫୦ ଲକ୍ଷ ଟଙ୍କା ଠକେଇରେ ୟୁପିରୁ ବିଲଡରକୁ ବନ୍ଧିଛି କମିଶନରେଟ ପୋଲିସ ।

ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତିର ଗୁମର । ପରୀକ୍ଷାରେ ବିଫଳ, ଠକେଇରେ ସଫଳ । ସାତିର ବୈକୁଣ୍ଠ, ସମ୍ପର୍କୀୟ ନାମରେ ଖୋଲିଥିଲା ଏକାଧିକ ଆକାଉଣ୍ଟ । ସ୍କାନରରେ ୪୨୦ ବୈକୁଣ୍ଠଙ୍କ ପରିବାର । ବୈକୁଣ୍ଠ ନିଜେ ASO ପରୀକ୍ଷା ଦେଇଥିଲା । ହେଲେ ସେ କୃତକାର୍ଯ୍ୟ ହେଇନଥିଲା । ବୈକୁଣ୍ଠ ନାଥ ନାଏକ ନାମକ ଜଣେ ଲୋକ କୃତକାର୍ଯ୍ୟ ହୋଇଥିଲେ । ଆଉ ସେ ଏବେ ଗୃହ ବିଭାଗରେ ASO ଅଛନ୍ତି । ତାଙ୍କ ପରିଚୟ ପତ୍ରକୁ ଜାଲ କରିଥିଲା ବୈକୁଣ୍ଠ । ନିଜ ସମ୍ପର୍କୀୟଙ୍କ ନାଁରେ ତାଙ୍କ ଅଜାଣତରେ ଖୋଲିଥିଲା ଆକାଉଣ୍ଟ । ୧୨ଟି ଏଭଳି ATM ନିଜେ ବ୍ୟବହାର କରିବା ସହ ଠକେଇ ଟଙ୍କା ସେହି ଆକାଉଣ୍ଟରେ ଜମା ରଖୁଥିଲା । ବୈକୁଣ୍ଠ ଅଶାୟୀଙ୍କ ଠାରୁ ଟଙ୍କା ନେଇ ଚାକିରି ଦେବାକୁ ଏଗ୍ରିମେଣ୍ଟ କରିଥିଲା । ଆଉ ହ୍ୟାଣ୍ଡ ଲୋନ ବୋଲି ସେଥିରେ ଉଲ୍ଲେଖ ରହୁଥିଲା । ଏଭଳି ୧୭ଟି ଏଗ୍ରିମେଣ୍ଟ ପେପର ଜବତ କରିଛି EOW । ଠକେଇ ଚେର ବଢୁଥିବାରୁ ପୁଣିଥରେ ତାକୁ ରିମାଣ୍ଡରେ କୋର୍ଟରେ ଆବେଦନ କରାଯିବ ବୋଲି EOW ଏସପି କହିଛନ୍ତି ।

ସେପଟେ ଭୁବନେଶ୍ୱରରେ ୫୦ ଲକ୍ଷ ଠକେଇ ଅଭିଯୋଗରେ ଜଣେ ବିଲଡର ପୂର୍ଣ୍ଣଚନ୍ଦ୍ର କାଣ୍ଡିକୁ ବାନ୍ଧିଛି ବଡ଼ଗଡ଼ ଥାନା ପୋଲିସ । ବଡଗଡ ଥାନା ଅଞ୍ଚଳରେ ଜମି ଦେବା ଓ ସେୟାର ମାର୍କେଟ ଟଙ୍କା ଲଗାଇବାକୁ କହି ୪ ଜଣଙ୍କ ଠାରୁ ଟଙ୍କ ଠକି ଉତ୍ତରପ୍ରଦେଶରେ ଲୁଚିଥିଲା । ଖବର ପାଇ ପୋଲିସ ୟୁପିର ମହମ୍ମଦାବାଦରୁ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଛି । ୪ ଜଣଙ୍କ ବାଦ ଆଉ କେତେ ଜଣଙ୍କୁ ଠାରୁ କେତେ ଟଙ୍କା ଠକେଇ କରିଛି ଏବଂ ଅନ୍ୟ କେଉଁ ଥାନାରେ ମାମଲା ରହିଛି ସେ ତଦନ୍ତ ଜାରି ରଖିଛି ପୋଲିସ । ଠକଙ୍କ ଭୂସ୍ୱର୍ଗ ପାଲଟିଛି ରାଜଧାନୀ । ଲୋକଙ୍କ ଜମି ଦେବାକୁ କହି ତ ଆଉ କେବେ ସରକାରୀ ଚାକିରି ଦେବାକୁ କହି ଠକ ଲୁଟି ନେଉଛି ଟଙ୍କା । ଠକ ପ୍ରତି ସାବଧାନ ନ ହେଲେ ଏଭଳି କଷ୍ଟଉପାର୍ଜିତ ଧନ ଆଖି ପିଛୁଳାକେ ଗାଏବ ହୋଇଯାଇପାରେ ।

ଏଥିସହିତ ପଢ଼ନ୍ତୁ: ଚୋରି କରି ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ଭାଇ

 

Leave a Reply