CRPFରେ ଚାକିରି କରେଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ: ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଭଦ୍ରକ: ଚାକିରି କରାଇଦେବା ନାଁରେ ଟଙ୍କା ହଡ଼ପ, ୨ ଗିରଫ । ଚେକ ବାଉନ୍ସରୁ ଫିଟିଲା ଗୁମର । ସି.ଆର.ପି.ଏଫରେ ଚାକିରି କରିଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ବନ୍ତ ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦାର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆର.ପି.ଏଫ. ରେ ଚାକିରି କରାଇଦେବାକୁ ଅନେକ ଯୁବକଙ୍କୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଏକାଧିକ କିସ୍ତିରେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ସେ ନେଇଥିବା ଜଣାପଡିଛି ।

ତେବେ ପ୍ରତିଶ୍ରୁତି ମୁତାବକ ଚାକିରି ନହେବାରୁ ସତ୍ୟପ୍ରକାଶ ନାମକ ଜଣେ ଯୁବକ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିବାରୁ କରୁଣାକର ଏକ ଚେକ ଦେଇଥିଲେ । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବାଉନ୍ସ ହୋଇ ଫେରି ଆସିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଶେଷରେ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଏହି ଘଟଣାରେ କରୁଣାକର ରାଉତ ସହ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢିଆ ଗ୍ରାମର କିଷାନ ନାୟକ ମଧ୍ୟ ସମାନ ଠକେଇ କରିଥିବା ଜମାପଡିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏଥିସହିତ ପଢ଼ନ୍ତୁ: ଧାର ଟଙ୍କା ପାଇଁ ବୋମା ମାଡ଼: ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

Leave a Reply