ଅଗଷ୍ଟ ୧୫ ଯାଏ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ…

1 min read
Jnu to remain closed till august 15th students who are residing in campus go back to their home.

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଡ଼ାନିର୍ଦ୍ଦେଶ । କ୍ୟାମ୍ପସରେ ରହୁଥିବା ସମସ୍ତ ଛାତ୍ରଙ୍କୁ ଯଥା ଶୀଘ୍ର ନିଜ ଘରକୁ ଯାଅ । କରୋନା ଭାଇରସ୍‌ ସଂକ୍ରମଣ ଯେଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଏଖ ସର୍କୁଲାର ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାନୁଷ୍ଠାନ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏହି ସର୍କୁଲାରେ ଦର୍ଶାଯାଇଛି । ତେଣୁ ସମସ୍ତ ଛାତ୍ରମାନଙ୍କୁ କ୍ୟାମ୍ପସ ଛାଡ଼ି ନିଜ ନିଜ ଘରକୁ ଫେରିବାକୁ କୁହାଯାଇଛି । 

ଗତ ରବିବାର ଜେଏନୟୁରେ କରୋନା ଭାଇରସର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଜେଏନୟୁ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣର ଏହା ପ୍ରଥମ ମାମଲା ଥିଲା । ଏହା ପରେ ଜେଏନୟୁ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଦିଆଯାଇଥିଲା । ପରେ ଏକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ସମସ୍ତ ଷ୍ଟାଫ୍‌ ଓ ଛାତ୍ର ମାନଙ୍କୁ କୁହାଯାଇଥିଲା ଯେ, ଯଦି କାହା ନିକଟରେ କରୋନା ଜନିତ କୌଣସି ଲକ୍ଷଣ ଦେଖାଯାଉଛି ତେବେ, ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ସରକାରୀ ଡାକ୍ତରଖାନାରେ ଯୋଗାଯୋଗ କରନ୍ତୁ ।

ଅନ୍ୟପଟେ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଇଥିଲା । ଫଳରେ ସେ ଏବେ ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି । ମଙ୍ଗଳବାର ତାଙ୍କ କୋଭିଡ-୧୯ ପରୀକ୍ଷା କରାଯିବ ।

Leave a Reply