spot_img

Latest Posts

ଜେଏନୟୁରେ ଛାତ୍ର ସଂଘର୍ଷ, ଗଣ୍ଡଗୋଳରେ ବହୁ ଛାତ୍ର ଆହତ

ବ୍ୟୁରୋ ରିପୋର୍ଟ: ଜେଏନୟୁରେ ଛାତ୍ର ସଂଘର୍ଷ। ଜେଏନୟୁ କ୍ୟାମ୍ପସରେ ଏବିଭିପି ଓ ବାମପନ୍ଥୀ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଗଣ୍ଡଗୋଳରେ ବହୁ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଛାତ୍ରମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଗୁରୁବାର ରାତିରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଭାଷା ଅନୁଷ୍ଠାନ ବିଭାଗରେ ନିର୍ବାଚନ କମିଟି ସଦସ୍ୟ ଚୟନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିଲେ। ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗଣ୍ଡଗୋଳ ସମୟର ଏକାଧିକ ଭିଡିଓ ସାମ୍ନାକୁ ଆସିଛି।

ଭିଡ଼ିଓରେ ଲାଠିରେ ଛାତ୍ରଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। କିଏ ସାଇକେଲ ଉଠାଇ ଛାତ୍ରଙ୍କୁ ମାରୁଛି ତ ଅନ୍ୟ ଭିଡ଼ିଓରେ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟର ସୁରକ୍ଷାକର୍ମୀ ବଞ୍ଚାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ବହୁ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଏବିଭିପି ଓ ବାମପନ୍ଥୀ ଛାତ୍ର ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କିମ୍ବା ଆହତ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ବିଶ୍ବବିଦ୍ୟାଳୟ।

Latest Posts

Don't Miss