ରାମନବମୀ ବିବାଦ ପରେ ଜେଏନୟୁ କ୍ୟାମ୍ପସ ଆଗରେ ଲାଗିଲା ବିବାଦୀୟ ପୋଷ୍ଟର

ରାମନବମୀ ବିବାଦ ପରେ ଜେଏନୟୁ କ୍ୟାମ୍ପସ ଆଗରେ ଲାଗିଲା ବିବାଦୀୟ ପୋଷ୍ଟର । ରାମନବମୀ ଦିନ ଆମିଷ ଖାଇବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ପୁଣି ନୂଆ ବିବାଦ ଆରମ୍ଭ ହୋଇଛି । ଜେଏନୟୁ କ୍ୟାମ୍ପସରେ ଗୈରିକ ରଙ୍ଗର ପୋଷ୍ଟର ଓ ପତାକା ଲଗାଯାଇଛି । ପୋଷ୍ଟରରେ ଭଗଓ୍ୱା ଜେଏନୟୁ ବା ଗୈରିକ ଜେଏନୟୁ ଲେଖାଯାଇଥିବା ଦେଖାଯାଇଛି । କ୍ୟାମ୍ପସ ଆଖପାଖରେ ବି ଗୈରିକ ପତାକା ଲଗାଇଛି ହିନ୍ଦୁ ସେନା । କ୍ୟାମ୍ପସ ବାହାରେ ରଖାଯାଇଥିବା ଅଟୋଗୁଡ଼ିକରେ ମଧ୍ୟ ଗୈରିକ ପତାକା ଲଗାଯାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଶୁକ୍ରବାର ସକାଳ ସମୟରେ ହିନ୍ଦୁ ସେନା ନାମକ ଏକ ଅନୁଷ୍ଠାନ ଜେଏନୟୁର ମୁଖ୍ୟ ଦ୍ୱାରରେ ଏହି ପତାକା ଲଗାଇଛି । କେବଳ ଫାଟକ ନୁହେଁ ବରଂ କ୍ୟାମ୍ପସରେ ମଧ୍ୟରେ ଏହି ସମାନ ଘଟଣା ଦେଖିବାକୁ ମିଳିଛି ।

ତେବେ ଜେଏନୟୁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ବାବଦରେ ଗୁରୁବାର ୧୧ ଜଣ ଛାତ୍ରଙ୍କୁ ପୋଲିସ୍‌ ପଚରାଉଚରା କରିଥିଲା ।  ସେମାନଙ୍କ ମଧ୍ୟରେ ତିନି ଜଣ ଏବିଭିପିର ।  ପଚରାଉଚରା ସମୟରେ ଏମାନେ ପରସ୍ପର ଉପରେ ଦୋଷରୋପ କରୁଥିଲେ । ଏହାପରେ ଭାଇରାଲ ଭିଡ଼ିଓର ଅରିଜିନାଲ କପି ମାଗିଥିଲା ପୋଲିସ୍‌ ।

ଅନ୍ୟପଟେ ଦେଶରେ ବେରୋଜଗାରୀ, ଦରଦାମ ବୃଦ୍ଧି ଭଳି ମୁଦ୍ଦାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଜେଏନୟୁ ଛାତ୍ରଙ୍କୁ ବ୍ୟବହାର କରାଯାଇ ଏପରି କରାଯାଉଛି ବୋଲି ମତ ପ୍ରକାଶ ପାଇଛି । …