ମହାକୁମ୍ଭରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା, ଜେଏମଏମର ସାଂସଦ ମହୁଆ ମାଜି ଗୁରୁତର ଆହତ

ନନ୍ଦିଘୋଷ ବ୍ୟୁରୋ : ମହାକୁମ୍ଭରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସାଂସଦ ମହୁଆ ମାଜି ଗୁରୁତର ଆହତ । ଏହି ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ତାଙ୍କ କାର ପାର୍କିଂରେ ଥିବା ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା , ଯାହା ଫଳରେ ଗାଡିଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି । ଏବେ ତାଙ୍କୁଗୁରୁତର ଅବସ୍ଥାରେ ରାଞ୍ଚିର RIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଜେଏମଏମ୍ ସାଂସଦ ମହୁଆ ମାଜି ମହାକୁମ୍ଭରୁ ବୁଡ଼ପକାଇ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ବୁଧବାର ଭୋର ୪ଟାରେ ଘଟିଛି । ତାଙ୍କ ସହ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ସାଙ୍ଗରେ ଥିଲେ । ଜାତୀୟ ରାଜପଥ-୩୯ର ଲାଟେହାରର ହୋଟୱାଗ୍ ଗାଁ ନିକଟରେ ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ପଛପଟୁ ଆସି ଧକ୍କା ଦେଇଥିଲା ମହୁଆଙ୍କ କାର୍ । ଦୁର୍ଘଟଣାରେ ଗାଡ଼ିଟିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହୁଆ ମାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି RIMSକୁ ପଠାଯାଇଛି। ତାଙ୍କ ହାତରେ ଥିବା ଫ୍ରାକ୍ଚରର ଚିତ୍ର ସାମ୍ନାକୁ ଆସିଛି।