ନବ ଦାସ ହତ୍ୟା ମାମଲା; ଗୋପାଳର ମେଡିକାଲ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

1 min read

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ଗୋପାଳ ଦାସର ପୁଣି ମେଡିକାଲ ଟେଷ୍ଟ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଝାରସୁଗୁଡା ଜେଏମଏଫସି କୋର୍ଟ । କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଗୋପାଳକୃଷ୍ଣର ମାନସିକ ରୋଗ ଥିବା ନେଇ ଇତିହାସ ରହିଛି । ପୂର୍ବରୁ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ ଚାରି ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିଲା ସ୍ବତନ୍ତ୍ର ମେଡିକାଲ ବୋର୍ଡ ।

ଏଥିରେ ଜଣେ ମନସ୍ତତ୍ତ୍ବବିତ, ମାନସିକସ୍ଥିତି ମୂଲ୍ୟାୟନ ବିଶେଷଜ୍ଞ ପ୍ରମୁଖ ସଦସ୍ୟ ଥିଲେ । ଏହି ବୋର୍ଡ ଝାରସୁଗୁଡା଼ରେ ଗୋପାଳର ଯାଞ୍ଚ କରିଥିଲା । ବୋର୍ଡ ମତ ଦେଇଥିଲା- ଗୋପାଳର ମାନସିକ ଅବସ୍ଥା ବିଷୟରେ ଜାଣିବା ପାଇଁ ଅଭିଯୁକ୍ତର ବିସ୍ତୃତ ପରୀକ୍ଷା ବାଙ୍ଗାଲୋର ନିମହାନ୍ସରେ କରିବାର ଆବଶ୍ୟକତା ରହିଛି । ତେବେ ତେବେ କ୍ରାଇମବ୍ରାଞ୍ଚର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।