୨ ସହଯୋଗୀ ସହ ହାଇଦରକୁ ମୁହାଁମୁହିଁ ଜେରା କରିବ ପୋଲିସ, ୭ ଦିନ ଲାଗି ମିଳିଲା ରିମାଣ୍ଡ ଅନୁମତି

1 min read
JMFC Court Cuttack Grants 7 Days Police Remand To Gangster Hyder And Two Associates

କଟକ: ଏସସିବିରୁ କେମିତି ଫେରାର୍ ହେଲା ଗ୍ୟାଙ୍ଗଷ୍ଟର ହାଇଦର ? ଜେରାରେ ଝାଳ ବୁହାଇବ ହାଇଦର, ପୋଲିସକୁ ଦେବ ବ୍ଲୁ-ପ୍ରିଣ୍ଟର ସବୁ ସୂଚନା । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି କଟକ ଜେଏମଏଫସି (ସିଟି) କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି । ହାଇଦର ସହ ତାର ୨ ସହଯୋଗୀଙ୍କୁ ପୋଲିସ ଆସନ୍ତାକାଲି (ଶନିବାର) ଠାରୁ ରିମାଣ୍ଡରେ ନେଇ ଜେରା କରିବ ।

JMFC Court Cuttack Grants 7 Days Police Remand To Gangster Hyder And Two Associates

ସନ୍ଧ୍ୟା ୬ଟା ପରେ ହାଇଦର ଓ ତାର ୨ ସହଯୋଗୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେଣୁ ହାଇଦର ଓ ତାର ସହଯୋଗୀ ଆଜି କଟକ ଚୌଦ୍ୱାର ଜେଲରେ ରାତି କାଟିବେ । ଆସନ୍ତାକାଲି ପୋଲିସ ୩ ଜଣଙ୍କୁ ରିମାଣ୍ଡରେ ନେଇ ଜେରା କରିବ । ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସ ଜେଏମଏଫସି କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ୭ ଦିନ ଲାଗି ରିମାଣ୍ଡ ଅନୁମତି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ୨ ସହଯୋଗୀଙ୍କ ସହ କୋର୍ଟରେ ହାଇଦର ହାଜର, ୧୦ ଦିନ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ

ଗତ ୧୦ ତାରିଖରେ ଏସସିବି ସର୍ଜରୀ ୱାର୍ଡରୁ ହାଇଦର ଫେରାର୍ ହୋଇ ଯାଇଥିଲା । ବିଭିନ୍ନ ରାଜ୍ୟରେ ଛାନଭିନ୍ନ ପରେ ପୋଲିସ ଗୁରୁବାର ହାଇଦରକୁ ତେଲଙ୍ଗାନାରୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଥିଲା । ଆଜି ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ କଟକ ଡିସିପି ଅଫିସକୁ ହାଇଦରକୁ ନିଆ ଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

JMFC Court Cuttack Grants 7 Days Police Remand To Gangster Hyder And Two Associates

ଅନ୍ୟପଟେ କୋର୍ଟରେ ହାଜର ପରେ ଗିରଫ ହୋଇଥିବା ହାଇଦରଙ୍କ ୨ ସହଯୋଗୀ ତଥା ଧରମ ପୁଅ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କିଛି ଜାଣିନାହାଁନ୍ତି, ସେ ନିର୍ଦ୍ଦୋଷ ବୋଲି କହିଛନ୍ତି । ତେବେ ଆସନ୍ତାକାଲି ଠାରୁ ହାଇଦର ଓ ୨ ସହଯୋଗୀକୁ ପୋଲିସ ରିମାଣ୍ଡରେ ନେଇ ଜେରା କରିବ । ମୁହାଁମୁହିଁ ଜେରା ପରେ ଜଣାପଡ଼ିବ ହାଇଦର କେମିତି ଏସସିବିରୁ ଖସି ଯାଇଥିଲା ।

Leave a Reply