ଏନ୍କାଉଣ୍ଟରରେ ଜାହିଦ ଓ୍ୱାନି ସମେତ ୫ ଆତଙ୍କବାଦୀ ନିପାତ
1 min readଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର । ୧୨ଘଣ୍ଟାରେ ୨ଟି ସ୍ଥାନରେ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ । ଗତକାଲି ସୋପିଆଁରେ ଆତଙ୍କୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ସ୍ଥିତି । ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଲୱାମାରେ ୪, ବଡ଼ଗାମରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଲସ୍କର ଏ ତୋଇବା ଓ ଜୌସ-ଏ ମହମ୍ମଦର ୫ ଆତଙ୍କୀ ରହିଥିବା ସୂଚନା ମିଲିଛି ।
05 #terrorists of #Pakistan sponsored proscribed #terror outfits LeT & JeM killed in dual #encounters in last 12 hours. JeM commander terrorist Zahid Wani & a Pakistani terrorist among the killed. Big #success for us: IGP Kashmir@JmuKmrPolice
— Kashmir Zone Police (@KashmirPolice) January 30, 2022
ଜୈସ ଏ ମହମ୍ମଦର କଣାଣ୍ଡର ଜାହିଦ ୱାନି ଓ ପାକିସ୍ତାନୀ ଆତଙ୍କବାଦୀ ନିପାତ । ଜାହିଦ ଜୈସ ଏ ମହମ୍ମଦର ଲାମ୍ୱୋର ଏବଂ ସମୀର ଦାର ପରେ ଅନ୍ୟତମ ମୁଖ୍ୟ କମାଣ୍ଡର ଥିଲା । ପୁଲଓ୍ୱାମା ଆକ୍ରମଣରେ ମଧ୍ୟ ସମ୍ପୃକ୍ତ ଥିଲା ଓ୍ୱାନି । ଯେଉଁଥିରେ ୧୪ ଫେବ୍ରୁଆରୀ ୨୦୧୯ ମସିହାରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଶନିବାର ସନ୍ଧ୍ୟାରେ ଆତଙ୍କୀ ଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସେନା ଛାଉଣୀରେ ଥିଲା ପୁଲୱାମା ଓ ବଡ଼ଗାମ । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ନିପାତ ହୋଇଛନ୍ତି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।