ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ତାଲିକା ଜାରି, ଠିକଣା ଦେଲେ ପୁରସ୍କାର

1 min read
Most Wanted‌

ଜାମ୍ମୁ-କାଶ୍ମୀର: ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ତାଲିକା ଜାରି କଲା ଜାମ୍ମୁ-କାଶ୍ମୀର ପୋଲିସ । ଏହି ତାଲିକାରେ ୮ଜଣ ଆତଙ୍କବାଦୀଙ୍କ ନାଁ ସହ ଫଟୋ ରହିଛି । ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି । ଏମାନଙ୍କ ନାଁରେ ପୁରସ୍କାର ରାଶି ଘୋଷଣା କରିଛି ଜମ୍ମୁ–କାଶ୍ମୀର ପୋଲିସ । ତାଲିକାରେ ଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର ଦିଆଯିବ । କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାଁ ଫଟୋ ସହ ଜାରି କରାଯାଇଛି । ଓ୍ୱାସିକ୍ କାଦୀର, ଆଦିଲ ମୁସତାକ, ଇରଫାନ୍ ସୋଫି, ସାକିବ ମଞ୍ଜୁର, ବିଲାଲ ଅହମ୍ମଦ ଭଟ୍ଟ, ଇବାଇଦ୍ ସାଫି, ମହମ୍ମଦ ଆବାସ ଶେଖ୍‌ଙ୍କ ସମେତ ୮ ଜଣ ଆତଙ୍କବାଦୀଙ୍କ ନାଁ ପ୍ରକାଶ କରାଯାଇଛି ।

ଅନ୍ୟପଟେ ଆଜି ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ-କାଶ୍ମୀରର ସୋପିଆନ ଜିଲା ରାଓ୍ୱଲପୋରାଠାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହି ଅଞ୍ଚଳରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘେରାବନ୍ଦୀ ଅଞ୍ଚଳରେ ଜୈସ୍‌ ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ସଜାଦ୍ ଆଫଗାନି ଲୁଚି ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜ୍ୟରେ ପ୍ରାୟ ୨ଶହ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

Leave a Reply