Jio ଆଣିଲା ଶାନଦାର ପ୍ଲାନ: କମ୍ ଟଙ୍କାର ରିଚାର୍ଜ କଲେ ୧୧ ମାସ ଯାଏ ଆକ୍ଟିଭ୍ ରହିବ ସିମ

ଆଜିକାଲିର ଡିଜିଟାଲ ଜମାନାରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଅନେକ ୟୁଜର ନିଜର ସ୍ମାର୍ଟଫୋନରେ ଡୁଆଲ ସିମ କାର୍ଡ ବ୍ୟବହାର କରିଥାନ୍ତି । କିଛି ୟୁଜର ଗୋଟିଏ ସିମରେ ନେଟ ଚଲାଇବା ସହ ଅନ୍ୟ ସିମକୁ କେବଳ ଆକ୍ଟିଭ ରଖିଥାନ୍ତି । ତେବେ ଆପଣମାନେ ଯଦି କମ ଟଙ୍କାର ରିଚାର୍ଜ କରି ସିମକୁ ଅଧିକ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରଖିବାକୁ ଚାହାନ୍ତି, ତେବେ ସେନେଇ ଆସିଛି ଏକ ବଢ଼ିଆ ପ୍ଲାନ । ଦେଶର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ତା’ର ଅଗଣିତ ଗ୍ରାହକଙ୍କ ପାଇଁ ଆଣିଛି ଏକ ଖାସ୍ ପ୍ଲାନ ।
ଆପଣମାନେ ଏହି ପ୍ଲାନରେ କମ ଟଙ୍କାର ରିଚାର୍ଜ କରି ପାଖାପାଖି ବର୍ଷ ପର୍ଯ୍ୟନ୍ତ ନିଜର ସିମକୁ ଆକ୍ଟିଭ ରଖିପାରିବେ । ଜିଓର ୮୯୫ ଟଙ୍କାର ରିଚାର୍ଜ ପ୍ଲାନରେ ୩୩୬ ଦିନର ଭାଲିଡିଟୀ ଆସୁଛି । ଅର୍ଥାତ ଏଥିରେ ଆପଣଙ୍କୁ ପାଖାପାଖି ୧୧ ମାସର ଭାଲିଡିଟୀ ମିଳିବ । ଏହି ରିଚାର୍ଜ ପ୍ଲାନ ୨୪ ଜିବି ଡାଟା ସହିତ ଆସୁଛି । ଏଥିରେ ଆପଣଙ୍କୁ ୨ ଜିବିର ଡାଟା ୨୮ ଦିନର ଭାଲିଡିଟୀ ସହିତ ମିଳିବ । ଅର୍ଥାତ ପ୍ରତି ୨୮ ଦିନରେ ଆପଣଙ୍କୁ ୨ ଜିବି ଡାଟା ମିଳିବ । ଏଥିସହିତ ଅସୀମିତ ଭଏସ କଲିଂ ସହ ୫୦ ଏସଏମଏସ ପ୍ରତି ୨୮ ଦିନର ଭାଲିଡିଟୀ ସହ ମିଳିବ । ଏଥିରେ ଆପଣଙ୍କୁ କୌଣସି ଅତିରିକ୍ତ ବେନିଫିଟ ମିଳିବ ନାହିଁ । ତେବେ ସବୁ ୟୁଜର୍ସଙ୍କ ପାଇଁ ଏହି ପ୍ଲାନ ଉପଲବ୍ଧ ନୁହେଁ, କମ୍ପାନୀ କେବଳ ଜିଓ ଫୋନ ୟୁଜର୍ସଙ୍କ ପାଇଁ ଏହି ପ୍ଲାନ ଲଞ୍ଚ କରିଛି ।