spot_img

Latest Posts

ଜିଓ ଫାଇବର ଗ୍ରାହକଙ୍କୁ ବର୍ଷେ ପାଇଁ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ ଫ୍ରୀ

ନୂଆଦିଲ୍ଲୀ- ରିଲାଏନ୍ସ  ଜିଓ ନିଜର ସମସ୍ତ ଜିଓ ଫାଇବର ଗ୍ରାହକଙ୍କୁ ଏକ ବର୍ଷ ପାଇଁ ମାଗଣା ଆମାଜନ ପ୍ରାଇମ ଭିଡିଓର ସବସ୍କ୍ରିପସନ ଦେବା ପାଇଁ ଘୋଷଣା କରିଛି । ଏଥିପାଇଁ ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ ଚାର୍ଜ ନିଆଯିବନାହିଁ । ଜିଓର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ, ପ୍ଲାଟିନମ୍ ଏବଂ ଟାଇଟାନିୟମ୍ ଯୋଜନାର ଗ୍ରାହକମାନେ ମାଗଣାରେ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ପାଇବେ।

JIOFiber ବ୍ୟବହାରକାରୀମାନେ ଆଜି ତଥା ଜୁନ୍ ୧୨ ତାରିଖରୁ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’କୁ ଉପଭୋଗ କରିପାରିବେ । ଜଣାଇ ରଖୁଛୁ ଯେ, ଆମାଜନ ପ୍ରାଇମ ଭିଡିଓରେ ‘ଗୁଲାବୋ ସିତାବୋ’ ଆଜି ମୁକ୍ତିଲାଭ କରିଛି। ଏଥିସହିତ ଆମାଜନ୍ ପ୍ରାଇମ୍ ଭିଡିଓରେ ଅନେକ ଚଳଚିତ୍ର ରିଲିଜ୍ ପାଇଁ ଧାଡିରେ ରହିଛନ୍ତି । ଆମାଜନ ପ୍ରାଇମ ଭିଡିଓ (ହିନ୍ଦୀ, ଇଂରାଜୀ, ମରାଠୀ, ତାମିଲ, ମାଲାୟାଲମ, ଗୁଜୁରାଟୀ, ତେଲୁଗୁ, କନ୍ନଡ, ପଞ୍ଜାବୀ ଏବଂ ବଙ୍ଗାଳୀ) ଗ୍ରାହକମାନେ ଆମାଜନ ଉତ୍ପାଦ ଉପରେ ଡେଲିଭରୂ ଚାର୍ଜ ଲାଗେନାହିଁ ଏବଂ ଡେଲିଭରୀ ଶୀଘ୍ର ହୋଇଥାଏ ।

ଜିଓ ଅନୁଯାୟୀ, ସିଲଭର ଏବଂ ବ୍ରୋଞ୍ଜ ଯୋଜନା ଥିବା ଗ୍ରାହକମାନେ ଏହି ରୋମାଞ୍ଚକର ଅଫର ପାଇବାକୁ JioFiber Gold କିମ୍ବା ତାଠାରୁ ଅଧିକ ରିଚାର୍ଜ ଏବଂ ଅପଗ୍ରେଡ୍ କରିପାରିବେ । ଏହି ଅଫରର ଲାଭ ଉଠାଇବାକୁ, MyJio ଆପ୍ କିମ୍ବା Jio.com କୁ ଯାଆନ୍ତୁ ଏବଂ ଆପଣଙ୍କର JioFiber ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ । ଏହା ପରେ, ୧ ବର୍ଷର ଆମାଜନ ପ୍ରାଇମ ମେମ୍ବରସିପ୍ ବ୍ୟାନରରେ କ୍ଲିକ୍ କରନ୍ତୁ ଏବଂ ଆମାଜନ ପ୍ରାଇମ ଆକାଉଣ୍ଟକୁ ସାଇନ୍ ଇନ୍ କରନ୍ତୁ ।

 

 

 

Latest Posts

Don't Miss