ନନ୍ଦିଘୋଷ ବ୍ୟୁରୋ; ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର। ମୃତ ଦେହ ଉଦ୍ଧାର କଲା ଚାନ୍ଦିଲି ପୋଲିସ । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେ କାଗଜକଳ କଲୋନିରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ସେହି ଗାଁରେ ଏମ୍ ସୁନୀତା। ପରିବାର ଲୋକଙ୍କ କହିବାନୁଯାୟୀ ଦୀର୍ଘ ଦିନ ହେବ ମହିଳା ଜଣକ ଚର୍ମ ରୋଗରେ ପୀଡ଼ିତ ହୋଇଥିବା ବେଳେ ମାନସିକ ଚାପରେ ଥିଲେ। ତାଙ୍କ ସ୍ୱାମୀ ଏମ୍ ଶିବାୟା ଜେକେ କାଗଜକଳରେ କାର୍ଯ୍ୟରତ । ସେ ନିଜ କାର୍ଯ୍ୟକୁ ଯାଇଥିବା ସମୟରେ ଘରେ କେହି ନଥିବା ପାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ଚାନ୍ଦିଲି ପୋଲିସ ସୂଚନା ଦେଇଛି। ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି। ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ।

