ସିନିୟର ଏସିଆନ ଭାରୋତ୍ତୋଳନ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ଝିଅ ଝିଲି

1 min read

ତାସକେଣ୍ଟ: ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ  ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ।

ସ୍ୱର୍ଣ୍ଣ ବିଜୟିନୀ ଝିଲି ଦଳବେହେରା ବର୍ତ୍ତମାନ ଭାରତୀୟ ରେଳପଥରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଝିଲି ଜୁନିୟର ୱାର୍ଲଡ ଚାମ୍ପିୟେସିପରେ ବ୍ରୋଞ୍ଜ ପଦକ ପାଇଛନ୍ତି । ଆଜିର ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଭାରତରୁ ୨ଜଣ ଓଡ଼ିଆ ଝିଅ ପ୍ରତିନିଧିତ୍ୱ କରିଥିଲେ । ଝିଲିଙ୍କ ସହ ସ୍ନେହ ସୋରେନ ମଧ୍ୟ ଅଂଶଗ୍ରହଣ କରିଥିଲେ ।

Leave a Reply