ସ୍କୁଟିକୁ ପିଟିଲା ପିକଅପ୍ ଭ୍ୟାନ, ୨ ସ୍କୁଟି ଆରୋହୀ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ସ୍କୁଟିକୁ ପିଟିଲା ପିକଅପପ୍ ଭ୍ୟାନ । ଦୁର୍ଘଟଣାରେ ୨ ସ୍କୁଟି ଆରୋହୀ ମୃତ୍ୟୁ । ଆଜି ପ୍ରାୟ ଦିନ ୧୧ଟା ସମୟରେ ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ହୋଟେଲ ଅଚର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜଣେ ମୃତକ ଝାରସୁଗୁଡ଼ାର ଅଜିତ ସିଂହ ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରି ପୋଲିସ ଏବଂ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିବା ସହିତ ପିକଅପ ଭ୍ୟାନ ପୋଡ଼ି ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଛି । ରାସ୍ତା ଅବରୋଧ ଯୋଗୁଁ ବିଜୁ ଏକ୍ସପ୍ରେସ ହାଇୱେରେ ହଜାର ହଜାର ଯାନବାହନ ଜାମ ରହିଛି।