spot_img

Latest Posts

ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଲା ଦିନର ତାପମାତ୍ରା

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ାରେ ଅଗ୍ନିବର୍ଷା। ରେକର୍ଡ ହେଲା ଚଳିତ ସିଜିନର ସର୍ବୋଚ୍ଚ ତାପମାତ୍ରା। ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଲା ଦିନର ତାପମାତ୍ରା। ଝାରସୁଗୁଡ଼ାରେ ମେ ମାସରେ ଏହା ସର୍ବକାଳୀନ ରେକର୍ଡ। ଆଜିର ତାପମାତ୍ରାକୁ ମିଶାଇ ଝାରସୁଗୁଡ଼ାରେ ୬ ଥର ତାପମାତ୍ରା ୪୭ ଡିଗ୍ରୀ ଉପରେ ରହିଛି। ୧୯୯୮ ମେ ୨୮ ତାରିଖରେ ଝାରସୁଗୁଡ଼ାରେ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ ହୋଇଥିଲା। ଆଜି ରାଜ୍ୟରେ ୪୦ ଡିଗ୍ରୀ ଉପରେ ରହିଛି ୧୯ ସହରର ତାପମାତ୍ରା। ଟିଟିଲାଗଡ଼ରେ ତାପମାତ୍ରା ୪୬ ଦଶମିକ ୫ ଡିଗ୍ରୀ ଥିବା ବେଳେ, ବରଗଡ଼ରେ ୪୬ ଦଶମିକ ୩, ସମ୍ବଲପୁରରେ ୪୬.୨, ସୋନପୁର ଓ ମାଲକାନଗିରିରେ ୪୫.୬, ଭବାନୀପାଟଣାରେ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରରେ ୪୫.୩ ଡିଗ୍ରୀ ତାପମାତ୍ରା ଥିବା ବେଳେ, ହୀରାକୁଦରେ ୪୫.୨, ରାଉରକେଲାରେ ୪୪.୯, ନୂଆପଡ଼ାରେ ୪୪.୫, ବୌଦ୍ଧରେ ୪୪.୧, ସୁନ୍ଦରଗଡ଼ରେ ୪୩.୬, ଫୁଲବାଣୀରେ ୪୩.୪, ଅନୁଗୁଳରେ ୪୨.୩, ତାଳଚେରରେ ୪୨.୨, କେନ୍ଦୁଝରରେ ୪୧.୪, ପାରଳାଖେମୁଣ୍ଡିରେ ୪୦.୪ ଓ ରାୟଗଡ଼ାରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ ହୋଇଛି। ଏପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । ସମୟ ପୂର୍ବରୁ କେରଳ ଛୁଇଁଛି ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ବାୟୁ ପ୍ରଭାବରେ କେରଳର ଅନେକ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ପୂର୍ବରୁ ମେ ୩୦ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ । ତେବେ ଜୁନ ୧୨ ତାରିଖ ପରେ ଓଡ଼ିଶାରେ ମୌସୁମୀ ପହଁଚିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଭଲ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି।

Latest Posts

Don't Miss