ଉଡାନ-୩ ଯୋଜନାରେ ଝାରସୁଗୁଡ଼ାରୁ ବାରଣାସୀ ଓ କୋଲକାତାକୁ ଉଡ଼ିବ ବିମାନ

1 min read

ଝାରସୁଗୁଡ଼ା: ଉଡାନ-୩ ଯୋଜନାରେ ଝାରସୁଗୁଡ଼ାରୁ ବାରଣାସୀ ଓ କୋଲକାତାକୁ ଉଡ଼ିବ ବିମାନ । ଆସନ୍ତା ୨୭ ତାରିଖରୁ ବାରଏଲଏନ୍ସ ଏୟାର ବିମାନ ପକ୍ଷରୁ ଏହି ସେବା ଆରମ୍ଭ କରାଯିବ ।  ଝାରସୁଗୁଡ଼ା ବିମାନ ବନ୍ଦରରୁ  ୨୭ ତାରିଖରେ କଲିକତା ଅଭିମୁଖେ ଉଡ଼ାଣ ଭରିବ ବାରଏଲଏନ୍ସ ଏୟାର ବିମାନ ।

ସେହିଭଳି ୩୧ ତାରିଖରୁ ବାରଣାସୀ ଅଭିମୁଖେ ଉଡ଼ିବ ବିମାନ । ଏହି ସେବା ଯୋଗୁଁ ପଶ୍ଚିମ ଓଡ଼ିଶା ବାସୀଙ୍କ ସହ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକେ ବି ଉପକୃତ ହୋଇପାରିବେ । ପୂର୍ବରୁ ପଶ୍ଚିମ ଓଡ଼ିଶା ଲୋକେ ବାରଣାସୀ ଯିବାକୁ ହେଲେ ଦିଲ୍ଲୀ ଯିବାକୁ ପଡୁଥିଲା । ଏବେ ଓଡ଼ିଶାରୁ ସିଧାସଳଖ ବାରଣାସୀ ଯାଇପାରିବେ ଯାତ୍ରୀ ।

ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ସହର ଗୁଡିକୁ ବିମାନ ସେବା ଆରମ୍ଭ କରାଯାଇଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

Leave a Reply