ଝାରସୁଗୁଡାରୁ ନାବାଳକ ବିଖୋଜ ଘଟଣା, ବିଳାସପୁରରେ ଥିବା ସୂଚନା

ଝାରସୁଗୁଡା: ଝାରସୁଗୁଡା ଟାଉନ ଥାନା ବୁରୋମାଲର ୧୦ ବର୍ଷର ନାବାଳକର ମିଳିଲା ପତ୍ତା। ବିଳାସପୁରରୁ ଠାବ ହେଲେ ପ୍ରିନ୍ସ ସୋନି। ଘରକୁ ଆଣିବା ପାଇଁ ଝାରସୁଗୁଡା ପୋଲିସର ଏକ ଟିମ ବିଳାସପୁର ବାହାରିଥିବା ଏସପି ସୂଚନା ଦେଇଛନ୍ତି ।
ଗତ ୭ ତାରିଖରୁ ନିଖୋଜ ଥିଲେ ପ୍ରିନ୍ସ । ସୂଚନା ଅନୁସାରେ, ମା’ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିଲେ। ଘରେ ୨ ଭାଇ ଥିଲେ । ଶୁକ୍ରବାର ଅପରାହ୍ନରେ ଘର ବାହାରେ ଛିଡ଼ା ହୋଇଥିବା ବେଳେ, ପ୍ରିନ୍ସ କୁଆଡ଼େ ନିଖୋଜ ହୋଇଯାଇଥିବା ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପରେ ଅପହରଣ କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।