ଦେଢ଼ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି ହୋଇଥିବା ମହିଳା ଉଦ୍ଧାର, ୫ ଗିରଫ

Jharsuguda Police Arrested 5 Person On Women Selling Case In Rajsthan

ଝାରସୁଗୁଡ଼ା: ମାନବ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ । ଝାରସୁଗୁଡ଼ା ସହରର ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନରେ ବିକ୍ରି କରାଯାଇଥିଲା । ଦେଢ଼ଲକ୍ଷ ଟଙ୍କାରେ ମହିଳାଙ୍କୁ ଜୋର୍ ଜବରଦସ୍ତ ବିକ୍ରି କରିଥିଲେ ଅଭିଯୁକ୍ତ । ମାନବ ଚାଲାଣ ନେଇ ଥାନାରେ ମାମଲା ରୁଜୁ ପରେ ମହିଳାଙ୍କୁ ଉଦ୍ଧାର କରିଛି ଝାରସୁଗୁଡ଼ା ଟାଉନ ଥାନା ପୋଲିସ । ମାମଲାରେ ମାଷ୍ଟରମାଇଣ୍ଡ ସୁପ୍ରିୟା ପ୍ରଜାପତି ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୁପ୍ରିୟା ପ୍ରଜାପତିର ଘର ମଧ୍ୟପ୍ରଦେଶ ନିମୂଜ ରାମପୁରା ଅଞ୍ଚଳରେ ।

Jharsuguda Police Arrested 5 Person On Women Selling Case In Rajsthan

ସୂଚନା ଅନୁସାରେ ଝାରସୁଗୁଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ଅଭିଯୁକ୍ତମାନେ ରାଜସ୍ଥାନ ନେଇ ଯାଇଥିଲେ । ସେଠାରେ ଜୋର୍ ଜବରଦସ୍ତ ମନୋଜ ପ୍ରଜାପତି ନାମକ ବ୍ୟକ୍ତି ସହ ବାହା କରାଇଥିଲେ । ଟାଉନ ଥାନାରେ ଏନେଇ ଅଭିଯୋଗ ହେବା ପରେ ଝାରସୁଗୁଡ଼ା ପୋଲିସ୍ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।

Jharsuguda Police Arrested 5 Person On Women Selling Case In Rajsthan

ପରେ ରାଜସ୍ଥାନର ନୀମୂଜ ଗାଁରୁ ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ତେବେ ଏହି ମାମଲାରେ ପୂର୍ବରୁ ଦୁଇ ଜଣଙ୍କୁ ଓ ଆଜି ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ତାହାର ଅଧିକ ଖୋଳତାଡ ପାଇଁ ସୁପ୍ରିୟା ପ୍ରଜାପତି ଏବଂ ମନୋଜ ପ୍ରଜାପତିକୁ ରିମାଣ୍ଡରେ ଅଣାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।