spot_img

Latest Posts

ଝାରସୁଗୁଡ଼ାରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ହିରମା ଗ୍ରାମପଞ୍ଚାୟତ ତରେଇକେଲାରେ ଗ୍ରାମବାସୀଙ୍କୁ ଟଙ୍କା ବାଣ୍ଟିବା ପାଇଁ ଯାଇ ୩ଜଣ ବିଜେପି ନେତା ଧରାପଡିଛନ୍ତି। ବିଜେପି ନେତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି। ତରେଇକେଲା ଗାଁରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇ ୧୦ରୁ ଅଧିକ ବିଜେପି ନେତା ହକି ଷ୍ଟିକ, ବାଡି ଓ ମାରଣାସ୍ତ୍ର ଧରି ଯାଇ ଗ୍ରାମବାସୀଙ୍କୁ ଭୟଭୀତ କରିବା ସହ ଏକ ହଜାର ଟଙ୍କା ଲେଖାଏଁ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ଗ୍ରାମବାସୀ ବିରୋଧ କରି ବିଜେପି ନେତାଙ୍କୁ ଧରିବାକୁ ଗୋଡାଇଥିଲେ । ଫଳରେ ଘଟଣାସ୍ଥଳରୁ ୭ ଜଣ ବିଜେପି ନେତା ଫେରାର ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ୩ଜଣ ବିଜେପି ନେତାଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ । ଅନ୍ୟପକ୍ଷରେ ଵୁଥ ସ୍ତରରେ କାର୍ଯ୍ୟ କରୁଥିବା ଵିଜେପି କର୍ମୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଵାଣ୍ଟିଵା ପାଇଁ ଗ୍ରାମକୁ ଆସିଥିବା ଵିଜେପି ନେତା ସ୍ଵୀକାର କରିଛନ୍ତି । ନିର୍ବାଚନ ସମୟରେ ମଧ୍ୟରାତିରେ ଟଙ୍କା ଵାଣ୍ଟିବା ପାଇଁ ଆସି ଭୁଲ କରିଥିବା ଵିଜେପି ନେତା କହିଛନ୍ତି ।

ସେହିପରି ଝାରସୁଗୁଡ଼ା କୋଲାବିରାରେ ଭୋଟରଙ୍କୁ ପ୍ରଭାବିତ କରିବା ଫେଲ ମାରିଲା। ଗତକାଲି ମଧ୍ୟରାତିରେ କୋଲାବିରା ବ୍ଲକ କେଲଡା ଗ୍ରାମ ପଞ୍ଚାୟତରେ ଟଙ୍କା ବାଣ୍ଟୁଥିବା ବେଳେ ସ୍କର୍ପିଓ ସହ ୩ ଜଣ ବିଜେପି କାର୍ଯ୍ୟକର୍ତ୍ତା ଅଟକ ରହିଛନ୍ତି । ନଗଦ ୬୭ ହଜାର ଟଙ୍କା ଜବତ ହୋଇଛି ।

Latest Posts

Don't Miss