ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ କୁମାର ମିଶ୍ର

ଭୂବନେଶ୍ୱର :  ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏ ନେଇ ସେ ଇସ୍ତଫା ପତ୍ର ଦ୍ବାରା ବିଧିବଦ୍ଧ ସୂଚନା ଦେବା ସହ ଇସ୍ତଫା ଗ୍ରହଣ କରିବାକୁ ପିସିସି ସଭାପତିଙ୍କୁ ନିବେଦନ କରିଛନ୍ତି । ଏହାସହ ଇସ୍ତଫା ନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଓଡ଼ିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ମଧ୍ୟ କପି ପଠାଇଛନ୍ତି ।