ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୨୭୦୬ ଖଣ୍ଡ ଭୋଟରେ ଆଗୁଆ ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ଆସିଲା ଫଳ । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୭୦୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତି ପରେ ଖୋଲା ହୋଇଥିଲା ଇଭିଏମ୍ । ଇଭିଏମର ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ୫ ହଜାର ୯୪୪ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ୩ ହଜାର ୨୩୮ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ କଥା ଯଦି କହିବା ତାହାଲେ କଂଗ୍ରେସ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ପାଇବାରେ ସଫଳ ହୋଇଛି ।