ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ମରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏହାପରେ ଆହୁରି ଜମିବ ପ୍ରଚାର । ଗ୍ରାଉଣ୍ଡରେ କ୍ୟାମ୍ପେନକୁ ଜୋରଦାର କରିବେ ସବୁ ଦଳ ।

ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଏବେ ପ୍ରଚାରରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦିନକୁ ଦିନ ଦଳ ଆହୁରି ସୁଦୃଢ ହେବାରେ ଲାଗିଛି । ଗତକାଲି ବିଜେପିର ଷ୍ଟାର ପ୍ରଚାରକ ତଥା ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପ୍ରାର୍ଥୀ ଥିବା ତ୍ରିନାଥ ଗୁଆଲ ବିଜେଡିରେ ମିଶିବା ପରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ବିଜେପି ଉପନିର୍ବାଚନରେ ଯେଉଁଭଳି ଭାବେ ଦୀପାଳିଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ ଓ କୁତ୍ସାରଟନା କରୁଛି ସେଥିରେ ମର୍ମାହତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ତ୍ରିନାଥ ।

ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ହେଉଥିବା ସାମଗ୍ରିକ ବିକାଶରେ ସେ ଅନୁପ୍ରାଣିତ ହୋଇଥିବା କହିଛନ୍ତି । ଏହାଛଡ଼ା ବିଭିନ୍ନ ସ୍ଥାନରେ ବିରୋଧୀ ଦଳର ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇ ଦଳକୁ ଆହୁରି ସୁଦୃଢ କରୁଛନ୍ତି । ସେପଟେ ଆରମ୍ଭରୁ ବ୍ୟାକଫୁଟରେ ବିରୋଧୀ ବିଜେପି ଓ କଂଗ୍ରେସ । ଜନତାଙ୍କ ଭରସା ଜିତିବାକୁ ଗ୍ରାଉଣ୍ଡରେ ଉଦ୍ୟମ କରୁଛନ୍ତି ଉଭୟ ଦଳ ।