ଝାରସୁଗୁଡ଼ା ଉପ ନିର୍ବାଚନରେ ଵିଜେପି ତୃତୀୟ ସ୍ଥାନରେ ରହିଵ: ସୁର ରାଉତରାୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ଆଉ ଦୁଇଦିନ ବାକି ଅଛି । ଶନିବାର ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିଲା । ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଏବଂ ବିଜେପିର ହେବିୱେଟ୍ ନେତାମାନେ ପ୍ରଚାର ମଇଦାନରେ ଆଜି ଶକ୍ତିପ୍ରଦର୍ଶନ କରିଥିଲେ ।  ଏହି କ୍ରମରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାର ବେଳେ ଵିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଉପନିର୍ବାଚନ ଫଳାଫଳରେ ଵିଜେପି ତୃତୀୟ ସ୍ଥାନରେ ରହିଵ ବୋଲି ସୁର ରାଉତରାୟ କହିଛନ୍ତି ।

ଵିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ାରେ ପୁରାଇ ଦେଵା କଥା ନୁହେଁ ବୋଲି ଭୋଟରଙ୍କୁ କହିଵା ସହ ସୁନ୍ଦରଗଡ଼ରୁ ଆସି କାହିଁକି ଝାରସୁଗୁଡ଼ାରୁ ଭୋଟ ନେଵ ବୋଲି ଭୋଟରଙ୍କୁ ପ୍ରଶ୍ନ କଲେ ସୁର ରାଉତରାୟ । କେନ୍ଦ୍ରରେ ସରକାରକୁ ଆସିଲେ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ କହି ଲୋକଙ୍କୁ ବିଜେପି ଠକିଛି । ମାଗଣାରେ ରନ୍ଧନ ଗ୍ୟାସ ଦେବାକୁ କହି ଵିଜେପି ମା ମାନଙ୍କୁ ଠକିଛି । ନିର୍ବାଚନ ଆସିଲେ ଵିଜେପି ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କେବଳ ଠକିଵା ଶିଖିଛି ବୋଲି ସୁର ରାଉତରାୟ କହିଛନ୍ତି ।