ଝାରସୁଗୁଡ଼ା ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ୨୫ ହଜାର ୪୮୪ ଖଣ୍ଡ ଭୋଟରେ ଆଗୁଆ ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ଆସିଲା ଫଳ । ଦଶମ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାର ୪୮୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତି ପରେ ଖୋଲା ହୋଇଥିଲା ଇଭିଏମ୍ । ଇଭିଏମର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ । ତେବେ ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୭ ହଜାର ୬୫୦ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ୩୨ ହଜାର ୧୬୬ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ କଥା ଯଦି କହିବା ତାହାଲେ କଂଗ୍ରେସ ଦଶମ ରାଉଣ୍ଡ ଶେଷ ସୁଦ୍ଧା ୩ ହଜାର ୦୬୬ ଖଣ୍ଡ ଭୋଟ୍ ପାଇବାରେ ସଫଳ ହୋଇଛି ।