spot_img

Latest Posts

କ୍ୟାସଲେସ୍ ହେବ ଜେଲ୍

ଭୁବନେଶ୍ବର: ଝାରପଡା ଜେଲରେ ବନ୍ଦ ହେଲା ନଗଦ ଟଙ୍କା କାରବାର । ଟୋକନ ବଦଳରେ ବ୍ୟବହାର ହେବ ସ୍ମାର୍ଟକାର୍ଡ । ମାସକୁ ଥରେ ରିଚାର୍ଜ କରିବେ ଜେଲ୍ କର୍ତ୍ତୃପକ୍ଷ । ୫ଟି ଅଧୀନରେ ଜେଲ୍ ସଂସ୍କାର ଉପରେ ଗୁରୁତ୍ବ । ଭୁବନେଶ୍ବର ଝାରପଡା ଜେଲରେ ୭୦ ଜଣ ଅନ୍ତେବାସୀଙ୍କୁ ମିଳିଛି ସ୍ମାର୍ଟକାର୍ଡ । ଏହି କାର୍ଡର ବ୍ୟବହାର ଅନ୍ତେବାସୀମାନେ କ୍ୟାଣ୍ଟିନ, ଟେଲିଫୋନ, ଲଣ୍ଡ୍ରୀ ଆଦିରେ କରିପାରିବେ । ମାସକୁ ଥରେ ଜେଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହାକୁ ରିଚାର୍ଜ କରାଯିବ । କ୍ୟାସଲେସ୍ ଟ୍ରାଞ୍ଜକ୍ସନ ପାଇଁ ଏହା ବେଶ ସହାୟକ ହେବ ଓ ନଗଦ ଟଙ୍କା ଦ୍ୱାରା ଚାଲୁଥିବା ହେରଫେର ରୋକାଯାଇପାରିବ । ସ୍ମାର୍ଟକାର୍ଡ ବ୍ୟବସ୍ଥା ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜେଲ ମାନଙ୍କରେ ମଧ୍ୟ ଉପଲବ୍ଧ ହେବ ।

ଅନ୍ୟପଟେ ପରିବାର ଠାରୁ ଦୂରରେ ରହି ହତାଶାରେ କାଳ କାଟୁଥିବା ମହିଳାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ କାମ କରୁଛି ‘କିରନ’ । ବଛା ବଛା ମନସ୍ତତ୍ତ୍ବବିତଙ୍କ ଦ୍ଵାରା କାଉନସେଲିଂ କରାଯାଉଛି । ନାଚ, ଗୀତ, ପ୍ରବଚନ ଜରିଆରେ ମନୋରଞ୍ଜନର ଖୋରାକ ଯୋଗାଇ ଦିଆଯାଉଛି । ହାତ ତିଆରି ଜିନିଷ ତିଆରି କରିବା ସହ ମହିଳା ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରାଯାଉଛି ପ୍ରୟାସ । ଆଇନଗତ ଲଢେଇ ଲଢ଼ିବା ପାଇଁ ଯଦି କେହି ଅସମର୍ଥ ହେଉଛନ୍ତି, ସେମାନଙ୍କର ଆଶା ବାଡ଼ି ସାଜିଛି ମାଧ୍ୟମ ଫାଉଣ୍ଡେସନର ପ୍ରୋଜେକ୍ଟ ‘କିରନ’।

୫ଟି ଅଧୀନରେ ଜେଲ ବିଭାଗ ଆସିବା ଦିନଠାରୁ ଅନ୍ତେବାସୀଙ୍କ ଜୀବନ ଧାରଣରେ ଅନେକ ପରିବର୍ତ୍ତନ ଆସିଥିବା ବେଳେ ଗଠନମୂଳକ କାର୍ଯ୍ୟଗୁଡିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Latest Posts

Don't Miss