ଝାଡ଼ଖଣ୍ଡ ନିର୍ବାଚନୀ ପ୍ରଚାରରେ ଓଡିଶା ନେତା ଫେଲ୍
1 min readନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ପୁଣି JMM ସରକାର । ଇଣ୍ଡିମେଣ୍ଟ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପଡୋଶୀ ରାଜ୍ୟରେ ଓଡିଶାର ବିଜେପି ଓ କଂଗ୍ରେସ ନେତାମାନେ ପ୍ରଚାର କରିଥିଲେ। ବିଶେଷ କରି ଆଦିବାସୀ କାର୍ଡ ଖେଳିଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁନେତା ପ୍ରଚାର କରିଥିଲେ ମଧ୍ୟ ସଫଳତା ପାଇ ନାହିଁ ବିଜେପି । ଅନ୍ୟପଟେ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିଲେ ମଧ୍ୟ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ହାରି ଯାଇଛନ୍ତି। ଏହାକୁ ନେଇ ଓଡ଼ିଶାରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ । ଅନ୍ୟପଟେ ଦେଶରେ ଆଂଚଳିକ ଦଳର ଶକ୍ତି ବୃଦ୍ଧି ପାଉଛି ବୋଲି କହିଛି ବିଜେଡି ।
ଝାଡ଼ଖଣ୍ଡ ନିର୍ବାଚନୀ ପ୍ରଚାରରେ ଓଡିଶା ନେତା ଫେଲ । କାମ କଲାଣି ଆଦିବାସୀ କାର୍ଡ ଓ ପ୍ରଭାବ ଶୂନ୍ୟ ରହିଲା ମୁଖ୍ୟମନ୍ତ୍ରୀ ଓ ଗଣ୍ଡା ଗଣ୍ଡା ଓଡିଶା ମନ୍ତ୍ରୀଙ୍କ ପ୍ରଚାର । ପଡ଼ୋଶୀ ରାଜ୍ୟରେ ଇଣ୍ଡିଆ ମେଣ୍ଟର ବିଜୟ ହେବା ପରେ ବିଜେପିକୁ ଏମିତି କଟାକ୍ଷ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହୁଛନ୍ତି ଯେ ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟର ବିଜୟ ପ୍ରମାଣିତ କରିଛି । ୨୦ ଲକ୍ଷ ପ୍ରବାସୀ ଓଡିଆ ଅର୍ଥାତ ୧୮ ପ୍ରତିଶତ ଓଡିଆ ଭୋଟର ଓଡିଶା ବିଜେପି ନେତାଙ୍କୁ ଭୋଟରେ ଜବାବ ଦେଇଛନ୍ତି ।
ଭୋଟ ମାଧ୍ୟମରେ ଲ ଓଡିଶାର ବିଜେପି ନେତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । କାରଣ ୫ ମାସର ବିଜେପି ସରକାର ଓଡ଼ିଶାରେ ଆଦିବାସୀ ବିରୋଧୀ ଓ ମିଥ୍ୟା ଓ ପ୍ରତାରଣା ସରକାର ବୋଲି ଝାଡ଼ଖଣ୍ଡ ବାସୀ ଅନୁଭବ କରିଥିଲି । ଯେଉଁଥି ପାଇଁ ବିଜେପିକୁ ପ୍ରତ୍ୟାଖାନ କରି ଇଣ୍ଡିଆ ମେଣ୍ଟକୁ ବିଜୟ କରାଇଛନ୍ତି ବୋଲି ଜୟଦେବ ଜେନା କହିଛନ୍ତି । ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ନେଇ କଂଗ୍ରେସ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପିକୁ ଟାର୍ଗେଟ କରିବା ପରେ ଉପ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ କଥାରେ ଅଛି you win some, you lose some । ଝାରଖଣ୍ଡରେ ଆମର ସରକାର ନଥିଲା । ଝାଡଖଣ୍ଡରେ ନେଟ ଟୁ ନେଟ ହେବ ବୋଲି ପ୍ରଚାର ସମୟରେ ଜାଣିଥିଲୁ । ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ଜୟଦେବ ଓ କନକ ବର୍ଦ୍ଧନ ।
ସେପଟେ ଦୁଇଟି ରାଜ୍ୟର ଫଳାଫଳ ନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଜାତୀୟ ରାଜନୀତିରେ ଏବେ ବି ଆଞ୍ଚଳିକ ଦଳର ଦବଦବା ରହିଛି । ଏନଡ଼ିଏ ହେଉ କି ଉପା କେହି ବିନା ଆଞ୍ଚଳିକ ଦଳର ସମର୍ଥନରେ ଚାଲି ପାରିବେ ନାହିଁ । ସେହିପରି ଉପନିର୍ବାଚନ ଗୁଡ଼ିକରେ ଆଞ୍ଚଳିକ ଦଳ ମାନେ ଭଲ ପ୍ରଦର୍ଶନ କରିଛନ୍ତି । ଝାଡ଼ଖଣ୍ଡର ମତ କହୁଛି ହେମନ୍ତ ସୋରେନ ପ୍ରତି ହୋଇଥିବା ଅନ୍ୟାୟର ଜବାବ ଦେଇଛନ୍ତି ଝାଡ଼ଖଣ୍ଡବାସୀ। ମହାରାଷ୍ଟ୍ରରେ ବିଜେପି ଏକାକି କିଛି ସିଟ ପାଇଥିଲେ ମଧ୍ୟ ଅଜିତ ପାୱାର ଓ ଏକନାଥ ସିଂ ଦେ ଙ୍କ ଭଳି ଆଞ୍ଚଳିକ ଦଳ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।
ପଡୋଶୀ ରାଜ୍ୟର ନିର୍ବାଚନ ଫଳାଫଳ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଅନ୍ୟପଟେ ଆଦିବାସୀ ମାନେ ବିଜେପି ପ୍ରତି ମୁହ ଫେରାଇ ଛନ୍ତି ତାହା ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ବଡ ସଂକେତ ଦେଇଛି ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।